Home ଜିଲ୍ଲା ପରିକ୍ରମା କରଣପଲ୍ଲୀରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

କରଣପଲ୍ଲୀରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

17

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କରଣପଲ୍ଲୀ ପଂଚାୟତ ପୂଜା ମଣ୍ଡପରେ ମହା ଆଡମ୍ବରରେ ଶାରଦୀୟ ଦୁର୍ଗାପୂଜା ପାଳିତ ହେଉଛି। ଏହି ଉପଲକ୍ଷେ ସୋମବାର ମହାସପ୍ତମୀ ପୂଜା ପାଳନ ଅବସରରେ ପୂଜା ମଣ୍ଡପରେ ଘଟ ସ୍ଥାପନ କରାଯିବା ପରେ ସମସ୍ତ ରୀତିନୀତିରେ ମାଙ୍କର ପୂଜାର୍ଚନା କରାଯାଉଛି। ମହାଷ୍ଟମୀ ଅବସରରେ କରଣପଲ୍ଲୀ , ବାଲିମୁଣ୍ଡା, ପଂଚୁଟିକ୍ରି, କରଞ୍ଜମାଳ ଶ୍ରଦ୍ଧାଳୁ ଭକ୍ତ ଭକ୍ତା ମାନେ ମାଙ୍କ ପୂଜା ମଣ୍ଡପରେ ଉପସ୍ତିତ ରହି ଷୋଡଶ ଉପଚାର ପୂଜାର୍ଚନା ରେ ଅଂଶ ଗ୍ରହଣ କରିଥିଲେ। ଏହି ପୂଜା ଦୀର୍ଘ ୧୧ବର୍ଷ ହେବ ପାଳିତ ହୋଇ ଆସୁଥିବା ବେଳେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଦ୍ଭୁତପୂର୍ବ ଭିଡ ପରିଲକ୍ଷିତ ହେଉଛି। ପୂଜା ରେ ଅତ୍ୟଧିକ ଭିଡ ରହୁଥିବାରୁ ବାଂଶଡା ଥାନା ଏବଂ କରଞ୍ଜମାଳ ଫାଣ୍ଡି ଏବଂ ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ସହ କିପରି ସମସ୍ତ ଭକ୍ତଭକ୍ତା ମାନେ ପୂଜା ଉପଭୋଗ କରି ପାରିବେ ସେ ନେଇ ବ୍ୟବସ୍ଥ ମଧ୍ୟ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ସ୍ତିରୀକୃତ ହୋଇଥିବା ବେଳେ କରଣପଲ୍ଲୀ ପୂଜା କମିଟିର ଭରତ ସାହୁ, ସୌମିତ୍ର ବେରା, ଜଗନ୍ନାଥ ଗିରି, ଉପେନ୍ଦ୍ର ଦାସ, ବଙ୍କେଶ ଖଣ୍ଡା, ବିଦ୍ୟାଧର ବାରିକ, ବିଜୟ ମାଝୀ, ରବିନ୍ଦ୍ର ଦାସ ଙ୍କ ସମେତ ପଂଚାୟତବାସୀଙ୍କ ପ୍ରଚେଷ୍ଟାରେ ଏହି ପୂଜା ଶାନ୍ତି ଶୃଙ୍ଖଳା ମଧ୍ୟରେ ଚାଲିଛି ବୋଲି ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.