Home ଜିଲ୍ଲା ପରିକ୍ରମା କରଞ୍ଜମାଳ ଆଂଚଳିକ ସାଧନ କେନ୍ଦ୍ରରେ ସୁରଭି -୨୦୨୫ ମୂଲ୍ୟାଙ୍କନରେ ଅନିୟମିତତା, ଦୋଷ ମୁଣ୍ଡାଇବାକୁ ଅଧିକାରୀ ଅନିଛୁକ,...

କରଞ୍ଜମାଳ ଆଂଚଳିକ ସାଧନ କେନ୍ଦ୍ରରେ ସୁରଭି -୨୦୨୫ ମୂଲ୍ୟାଙ୍କନରେ ଅନିୟମିତତା, ଦୋଷ ମୁଣ୍ଡାଇବାକୁ ଅଧିକାରୀ ଅନିଛୁକ, ସୁପର କମିଟିର ମତାମତ ଗ୍ରହଣ ଯୋଗ୍ୟ ନୁହେଁ କି!

3

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ନିଗମାନନନ୍ଦ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଗତ ୨୩ ତାରିଖ ଦିନ କରଞମାଳ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସୁରଭି କାର୍ଯ୍ୟକ୍ରମର ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସୁକଚାନ୍ଦ ମାନ୍ନା ସରକାରୀ ଉପ୍ରା ବିଦ୍ୟାଳୟ ଏବଂ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ମୂଲ୍ୟାଙ୍କନରେ ସମାନଭାବେ ୩୫.୫ ଲେଖାଏ ନମ୍ବର ପାଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ବିଚାରକ ମଣ୍ଡଳୀ ଦ୍ୱାରା କରାଯାଇଥିବା ବେଳେ କେଉଁ ପରିସ୍ଥିତିରେ କାହାକୁ ନ ଜଣାଇ ଅଥବା ଏହି କାର୍ଯ୍ୟକ୍ରମକୁ ପୁନଃ ପରିବେଷଣ ନକରାଇ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟକୁ ୩୬ ମାର୍କ ପ୍ରଦାନ କରାଯାଇଥିଲା। ଏହି ମାର୍କ ପାଇବା ପରେ ସୁକଚାନ୍ଦ ମାନ୍ନା ସରକାରୀ ବିଦ୍ୟାଳୟ ନିରାଶ ହୋଇ ଫେରିଥିଲା। ପରେ ଏହି କଥାକୁ ନେଇ ସ୍ଥାନୀୟ ଅଭିଭାବକ ମଣ୍ଡଳୀ ସଂପୃକ୍ତ ସିଆରସିସିଙ୍କୁ ଭେଟି ନିଜର ଦାବୀ ଉପସ୍ଥାପନା କରିବା ସହ ମୂଲ୍ୟାଙ୍କନରେ ହୋଇଥିବା ଅନିୟମିତତା ବିଷୟରେ କହିଥିଲେ। ଅଭିଭାବକଙ୍କ କହିବାନୁଯାଇ ୨ଟି ବିଦ୍ୟାଳୟ ସମାନ ମାର୍କ ରଖିଲେ ୪ଜଣ ଶିକ୍ଷକ ମାନଙ୍କ ଦ୍ୱାରା ଗଠିତ ହୋଇଥିବା ସୁପର କମିଟି ଏହାକୁ ତଦାରଖ କରିବାର ନିୟମ ଥିବା ବେଳେ ଏହି ନିୟମକୁ ଜଳାଞ୍ଜଳି ଦିଆଯାଇ ଗୋଟିଏ ବିଦ୍ୟାଳୟକୁ କିପରି ପ୍ରଥମ କରାଗଲା ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଯେଉଁ ବିଦ୍ୟାଳୟରେ ଏହି ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଯାଂଚ କରାଗଲେ ବହୁ ତଥ୍ୟ ଲୋକ ଲୋଚନକୁ ଆସି ପାରିବ ବୋଲି ସୁକଚାନ୍ଦ ମାନ୍ନା ସରକାରୀ ଉପ୍ରା ବିଦ୍ୟାଳୟ ତରଫରୁ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ମଣ୍ଡଳୀ ମତ ପୋଷଣ କରିଥିଲେ। ଅନ୍ୟ ପକ୍ଷରେ ଏହି କ୍ଲଷ୍ଟର ଦାୟିତ୍ୱରେ ଥିବା ସିଆରସିସି ତ୍ରିଲୋଚନ ଦାସ ମଧ୍ୟ ସୁପର କମିଟି କଥାକୁ ଗୁରୁତ୍ୱ ଦେଇଥିବା ବେଳେ ବିଚାରକ ମଣ୍ଡଳୀ ଙ୍କୁ ଦିଆଯାଇଥିବା ଦାୟିତ୍ୱ ଠିକ ଭାବେ ସଂପର୍ଣ ହୋଇ ନଥିବା କଥା କହିଥିଲେ।ଅନ୍ୟ ପକ୍ଷରେ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରେବତୀକାନ୍ତ ବେହେରା ସୁରଭି କାର୍ଯ୍ୟକ୍ରମ ସଠିକ ଭାବେ ସଂଚାଳନ ହୋଇଥିବା କଥା କହୁଥିବା ବେଳେ ଅଭିଯୋଗ ଉପରେ ସେ କୌଣସି ମତାମତ ରଖିବାକୁ ମନାକରି ଦେଇଥିଲେ। ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ଫୋନ ଗ୍ରହଣ କରି ନଥିବା ବେଳେ ଆଗାମୀ ଦିନରେ ଏହି ଅଭିଯୋଗକୁ ନେଇ ସ୍ଥାନୀୟ ଅଭିଭାବକ ମଣ୍ଡଳୀ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.