Home ଜିଲ୍ଲା ପରିକ୍ରମା କରଞ୍ଜମାଳରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

କରଞ୍ଜମାଳରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

10

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତ ଧାନକୁଟା ଗ୍ରାମରେ ହନୁମାନ ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଧାନକୁଟା ଗ୍ରାମର ସଧବା ନାରୀ ମାନେ ୧୦୮କଳସ ଶୋଭାଯାତ୍ରାରେ ଆଣି ପ୍ରତିଷ୍ଠା କରିବା ପରେ ବିଦ୍ଧିବଦ୍ଧ ଭାବେ ପୂଜାର୍ଚନା ହୋଇଥିଲା। ପ୍ରଥମେ ଅଧିବାସ ପରେ ସୂର୍ଯ୍ୟପୂଜା ,ଯଜ୍ଞଆରମ୍ଭ ଏବଂ ପରେ ଅଙ୍କୁରୋପଣ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ୩ ଦିନ ଧରି ଚାଲିଥିବା ବେଳେ ପ୍ରତ୍ୟେହ ସନ୍ଧ୍ୟାରେ ରାମଚରିତ ମାନସ ଓ ହନୁମାନ କଥାମୃତ ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିିବା ବେଳେ ପ୍ରବଚକ ନିରଞ୍ଜନ ମହାପାତ୍ର ଏଥିରେ ଯୋଗ ଦେଇଥିଲେ। ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବହୁ ବେଦଜ୍ଞ ପଣ୍ଡିତ ମାନେ ଯୋଗ ଦେଇଥିବା ବେଳେ ଧାନକୁଟା ଗ୍ରାମର ଶ୍ରୀପତି ଦାସ, ରମେଶ ନାୟକ, ହୃଶିକେଶ ମଣ୍ଡଳ, ସୁବାଶ ଦାସ, ଅଜାତ ଶତ୍ରୁ ଦାସ, ମାର୍କଣ୍ଡ ଦାସ, ଅଶ୍ୱିନୀ ନାୟକ, ସତ୍ୟଭାମା ଦାସ, ଅନୁସୟା ମାହୁନ୍ତ, କୌଶଲ୍ୟା ଦାସ, ଶାନ୍ତିଲତା ସ୍ୱାଇଁ, ପଂଚାନନ ମଣ୍ଡଳ, ବିଜୟ କୁମାର ଦାସ, ଉଦୟକର ମାହୁନ୍ତ, ସୁରେନ୍ଦ୍ର ନାୟକ, ପ୍ରଦ୍ୱୀପ ସ୍ୱାଇଁ, ପଂଚାନନ ଦାସ, ଶ୍ରୀକାନ୍ତ ଜେନା, ଦିବାକର ଦାସ, ଦୁଶାସନ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦୀର୍ଘ ୩ ଦିନ ବ୍ୟାପୀ ହଜାର ହଜାର ସଂଖ୍ୟାରେ ଭକ୍ତଭକ୍ତା ମାନେ ଯୋଗ ଦେଇଥିବା ବେଳେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.