Home ଜିଲ୍ଲା ପରିକ୍ରମା କମ୍ୟୁନିଷ୍ଟ ପାର୍ଟିର ଶତବର୍ଷ ପୂର୍ତ୍ତି ପାଳନ କଲା ଭଦ୍ରକ ଜିଲା କମିଟି

କମ୍ୟୁନିଷ୍ଟ ପାର୍ଟିର ଶତବର୍ଷ ପୂର୍ତ୍ତି ପାଳନ କଲା ଭଦ୍ରକ ଜିଲା କମିଟି

45

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କମ୍ୟୁନିଷ୍ଟ ପାର୍ଟିକୁ ଆଜି ପୁରିଲା ଶହେବର୍ଷ । ଏଥି ଉପଲକ୍ଷେ ଭଦ୍ରକ ବନ୍ତଛକ ଠାରେ କମ୍ୟୁନିଷ୍ଟ ନେତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ବହୁ କର୍ମୀ ଉପସ୍ଥିତ ହୋଇ କୋଭିଡ୍ ନିୟମାନୁସାରେ ଏହାକୁ ପାଳନ କରିଥିଲେ । ସୂଚନା ଅନୁସାର ୧୯୨୦ ଅକ୍ଟୋବର ୧୭ ତାରିଖରେ ତାସକେଣ୍ଟ ଠାରେ ଏମଏନ ରାୟ, ଶିବ ବର୍ମାନ, ମଜାଫୋର ହୋସେନ ଓ ଓଡ଼ିଶାର ଭଗବତୀ ପାଣିଗ୍ରାହୀ, ବୈଷ୍ଣବ ପଟ୍ଟନାୟକ, ବନମାଳୀ ଦାସ, ପ୍ରାଣନାଥ ପଟ୍ଟନାୟକ, ଗୁରୁଚରଣ ପଟ୍ଟନାୟକ, ମନମୋହନ ମିଶ୍ର ଓ ବୈଦ୍ୟନାଥ ରଥଙ୍କୁ ନେଇ ଏକ କମ୍ୟୁନିଷ୍ଟ ପାର୍ଟି ଗଠିତ ହୋଇଥିଲା । ସେହି ସାଥୀମାନେ ସମସ୍ତେ ଆଜାଦି ଆନ୍ଦୋଳନର କର୍ଣ୍ଣଧାରା ଓ ତ୍ୟାଗୀ ମହାନ୍ ଦେଶପ୍ରେମୀ କମ୍ୟୁନିଷ୍ଟ ନେତାମାନଙ୍କୁ ଶତ ଶତ ସଲାମ ଜଣାଇ ଲାଲଝଣ୍ଡା ଲାଲ ସଲାମ ଓ ଦୁନିଆର ସମସ୍ତ ମଜଦୁର ଏକ ହୁଅ ନାରାରେ ପ୍ରକମ୍ପିତ କରିଥିଲେ ଭଦ୍ରକ ସହର । ଜିଲା କମିଟି ପକ୍ଷରୁ ଏଥିରେ ଅଭିରାମ ବଳ, କାଳନ୍ଦୀ ପାତ୍ର, ବାମଦେବ ମିଶ୍ର, ସେକ୍ କମର, ସେକ୍ ସତ୍ତାରୁଦ୍ଦିନ୍ ପ୍ରମୁଖ ବହୁ କର୍ମୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.