ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟିର ପୂର୍ବତନ ସଭ୍ୟ, ଓଡିଶା କୃଷକ ସଭାର ପୂର୍ବତନ ଚାନ୍ଦବାଲି ବ୍ଲକ ସଂପାଦକ ତଥା ଚାନ୍ଦବାଲି ବ୍ଲକର ଜଣାଶୁଣା କମ୍ୟୁନିଷ୍ଟ ନେତା ପଦ୍ମନାଭ ପଣ୍ଡା ଙ୍କ ୧୪ ତମ ମୃତ୍ୟୁ ବାର୍ଷିକ ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର ପଦ୍ମନାଭ ପଣ୍ଡା ସ୍ମୃତି ସଂସଦ ର ସଭାପତି ପ୍ରତାପ ଚନ୍ଦ୍ର ଧଳ ଙ୍କ ସଭାପତିତ୍ୱରେ ଯଶିପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ସଭାରେ ପଦ୍ମନାଭ ପଣ୍ଡା ଙ୍କ ନୀତି, ଲକ୍ଷ୍ୟ, ଆଦର୍ଶ ଓ ରାଜନୈତିକ ବିଚାରଧାରା ସଂପର୍କରେ ଆଲୋଚନା ହେବା ସହ ଯୁକ୍ତରାଷ୍ଟ୍ର ଆମେରିକା ସାମ୍ରାଜ୍ୟବାଦ ଓ ଆମ ଦେଶରେ ଚାଲିଥିବା ନବ୍ୟ ଫାଶୀବାଦୀ ଶାସନ ବିରୁଦ୍ଧରେ ଆଲୋଚନା ହୋଇଥିଲା । ଅର୍ଥନୈତିକ ଓ ରାଜନୈତିକ ସାର୍ବଭୌମତ୍ୱ ର ସୁରକ୍ଷା, ଧର୍ମନିରପେକ୍ଷ ଗଣତନ୍ତ୍ରର ସୁରକ୍ଷା, ସାଧାରଣ ଲୋକଙ୍କ ମୌଳିକ ଅଧିକାରର ସୁରକ୍ଷା, ସମ୍ବିଧାନ ଓ ସଂସଦୀୟ ଗଣତନ୍ତ୍ରର ସୁରକ୍ଷା ପାଇଁ ସ୍ୱାଧୀନତା ସଂଗ୍ରାମ ପରି ପୁଣି ଏକ ଲଢେଇ ଆଗାମୀ ଦିନରେ ଲଢିବା ପାଇଁ ପ୍ରସ୍ତୁତି ହେଲେ ପଦ୍ମନାଭ ପଣ୍ଡାଙ୍କ ସ୍ମୃତି ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଉପସ୍ଥିତ ନେତୃତ୍ୱ ପ୍ରକାଶ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ସ୍ମୃତି ସଂସଦର ସଂପାଦକ ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ, ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା,ସିପିଆଇ(ଏମ) ସୁନ୍ଦରଗଡ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଭାତ ପଣ୍ଡା,ପୂର୍ବତନ ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ବୈଲୋଚନ ପଣ୍ଡା, ଯଶିପୁର ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମଣ ଯେନା,ବରିଷ୍ଠ ନେତା ଅଭିରାମ ବଳ, ବ୍ରହ୍ମାନନ୍ଦ ପରିଡା, ଚକ୍ରଧର ଦାସ, ଦିବାକର ସେନାପତି, ନବଘନ ନାଥ, ଅମୂଲ୍ୟ ନାୟକ, ଶଙ୍କର୍ଷଣ ବିଶ୍ୱାଳ, ପ୍ରତାପ ମହାଳିକ, ମହିଳା ନେତ୍ରୀ କାମିନୀ ଭୋଇ ପ୍ରମୁଖ ଯୋଗଦେଇ ପଦ୍ମନାଭ ପଣ୍ଡା ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇବା ସଂଗେ ସଂଗେ ରାଜନୈତିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପଦ୍ମନାଭ ପଣ୍ଡାଙ୍କ ଝିଅ ମହିଳା ନେତ୍ରୀ ପ୍ରତିଭା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।








