ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁବନେଶ୍ୱର ସ୍ଥିତ ରେଳସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ବାର୍ଷିକ ନେଟୱାର୍କ ମିଟ-୨୦୨୫ ଅବସରରେ ୨୦୨୪ମସିହାରେ ଓକେସିଲ ଦ୍ୱାରା ପରିଚାଳିତ ବିଭିନ୍ନ ପାଠ୍ୟକ୍ରମ ଓ ଧନ୍ଦାମୂଳକ ତାଲିମ ମାଧ୍ୟମରେ ଭଦ୍ରକର ‘ମାକ୍ରୋୱେବ ଟେକ୍ନୋଲୋଜି’ କମ୍ପ୍ୟୁଟର ସାକ୍ଷରତା ଓ କମ୍ପ୍ୟୁଟର ଭିତିକ ନିଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଏହି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ରାୟଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି।ଏହି ସମ୍ମିଳନୀରେ ଓଡିଶା ସରକାରଙ୍କ ବିଦ୍ୟୁତ ଅଣୁବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରମୁଖ ସଚିବ, ବିପିୟୁଟି ର ଉପାଧ୍ୟକ୍ଷ,ଓକେସିଲର ପରିଚାଳନା ନିର୍ଦ୍ଦେଶକ, ଓକାକ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୂଖ ଯୋଗଦାନ କରି ଶ୍ରୀ ରାୟଙ୍କ ଅବଦାନ ପାଇଁ ସମ୍ମାନିତ କରିବା ସହ ଭଦ୍ରକ ବ୍ୟତୀତ ଓଡ଼ିଶାର ବିଭିନ୍ନ ଗ୍ରାମାଂଚଳ ଓ ସହରାଂଚଳରେ ଏଭଳି ଅନୁଷ୍ଠାନ ପ୍ରତିଷ୍ଠା କମ୍ପ୍ୟୁଟର ଶିକ୍ଷାର ମାନ ଉନ୍ନତ କରି ଧନ୍ଦାମୂଳକ ପ୍ରଶିକ୍ଷଣ ମାଧ୍ୟମରେ ଆତ୍ମନିଯୁକ୍ତି ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ।ଶ୍ରୀ ରାୟଙ୍କ ସଫଳତା ପାଇଁ ଛାତ୍ରଛାତ୍ରୀ, ଅଭିବାବକ, ଶୁଭେଚ୍ଛୁ ମହଲରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ଶ୍ରୀ ରାୟ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।