Home ଜିଲ୍ଲା ପରିକ୍ରମା କମୁଛି ବୈତରଣୀ ବଢୁଛି ସାଳନ୍ଦ ନଦୀର ଜଳସ୍ତର, ୩ଦିନ ହେଲା ତଳିଆ ଅଂଚଳରେ ଶହଶହ ଏକର...

କମୁଛି ବୈତରଣୀ ବଢୁଛି ସାଳନ୍ଦ ନଦୀର ଜଳସ୍ତର, ୩ଦିନ ହେଲା ତଳିଆ ଅଂଚଳରେ ଶହଶହ ଏକର କ୍ଷେତରେ ଲହଡି ଭାଙ୍ଗୁଛି ବନ୍ୟାପାଣି

9

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପରମୁଣ୍ଡରେ ବର୍ଷା କମିଥିବାରୁ ତଳମୁଣ୍ଡରେ ଅର୍ଥାତ ଆରଡି ସମେତ ଆଖପାଖ ଓଳଗ, ସୁନ୍ଦରପୁର, ଦୋହରା, ପାଲଟପୁର, ମୁଆଁ, ଶୀତଳପୁର ଆଦି ଅଂଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଜଳସ୍ତର କମିଥିବା ବେଳେ ହଦଗଡ ଡ୍ୟାମରୁ ଆସୁଥିବା ପାଣିରେ ସାଳନ୍ଦୀ ନଦୀର ଜଳସ୍ତର ବଢିବାରେ ଲାଗିଛି। ଆଗକୁ ପୂର୍ଣ୍ଣିମାତିଥି ଥିବାରୁ ଧାମରା ନିକଟରେ ସମୁଦ୍ର ଜୁଆରିଆ ରହିବା ଫଳରେ ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ବନ୍ୟାପାଣି ଠିକ ଭାବେ ନିଷ୍କାସନ ହେଉନଥିବାରୁ ସିଧାସଳଖ ଭାବେ ବିଭିନ୍ନ ଏସେକେପ ଓ ନଈଯୋର ଦେଇ ଶହଶହ ଏକର ଚାଷଜମିକୁ ମାଡି ଚାଲିଛି ବନ୍ୟାପାଣି। ଗତ ୩ଦିନ ହେଲା ବନ୍ୟାପାଣିରେ ବୁଡି ରହିଛି ସାରଦ ଧାନତଳି। ବନ୍ୟାର ସ୍ଥିତି କିପରି ରହିଛି, ଏଥିପାଇଁ ଭଦ୍ରକ ଜିଲାପାଳଙ୍କ ପରାମର୍ଶକ୍ରମେ ଧାମନଗର ଜଳସେଚନ ବିଭାଗର ଯନ୍ତ୍ରୀ କିଶୋର ଦାସ ବୈତରଣୀ ନଦୀର ସାଠିବାଙ୍କୁଡା, ଦୋହରାପାଟଣା, ସୁନ୍ଦରପୁର, ବୋଡକ ଆଦି ନଦୀବନ୍ଧର ଯାଂଚ କରିବା ସହ ଗତ ମଙ୍ଗଳବାର ରାତି ତମାମ ଜଗିରହିବା ସହ ବୁଧବାର ମଧ୍ୟ ସମସ୍ତ ଅଂଚଳ ବୁଲି ଦେଖିଥିଲେ। ବୈତରଣୀ ନଦୀର ଉପରମୁଣ୍ଡରେ ବନ୍ୟାଜଳ କମୁଥିବାରୁ ବନ୍ୟାର ଆଶଙ୍କା ନଥିବା କହିଛନ୍ତି ଶ୍ରୀ ଦାସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.