Home ଜିଲ୍ଲା ପରିକ୍ରମା କମଳା କିଶୋରୀ ରାଉତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଶା ଭାଷା ସମ୍ମିଳନୀ

କମଳା କିଶୋରୀ ରାଉତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଶା ଭାଷା ସମ୍ମିଳନୀ

42

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୁସୁନନଗର, ବରପଦାସ୍ଥ କମଳା କିଶୋରୀ ରାଉତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ କ୍ରମେ ଓଡିଆ ଭଜନ ଏବଂ ଆମ ସଂସ୍କୃତି ଓ ଜଗନ୍ନାଥ ଚେତନା ଉପରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରକ ଭାବରେ ପଣ୍ଡିତ ଦେବେନ୍ଦ୍ର କୁମାର ପଣ୍ଡା, ବିଚାରକ ଭାବରେ ଅବସର ପ୍ରାପ୍ତ ଶିକ୍ଷକ ସୀତାକାନ୍ତ ବେହେରା ପ୍ରମୁଖ ଯୋଗଦେଇ ଓଡିଆ ଭଜନ ସମ୍ପର୍କରେ ଉପାଦେୟ ବକ୍ତବ୍ୟ ରଖିଥିଲେ । ଜଗନ୍ନାଥ ଚେତନା ଓ ଆମ ସଂସ୍କୃତି ଉପରେ ସାର ଗର୍ଭକ ଆଲୋଚନା କରିଥିଲେ ପଣ୍ଡିତ ଚିତ୍ତରଞ୍ଜନ ନାୟକ ଓ ତତ୍ତ୍ୱଦଶୀ ପଣ୍ଡିତ ଦେବେନ୍ଦ୍ର କୁମାର ପଣ୍ଡା । ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଘନଶ୍ୟାମ ସାହୁ, ରମେଶ ଚନ୍ଦ୍ର ଖୁଣ୍ଟିଆ, ଅଧ୍ୟାପିକା ପ୍ରତିଜ୍ଞା ପଣ୍ଡା, ରମେଶ ଚନ୍ଦ୍ର ନାୟକ ଓ କର୍ମଚାରୀ ଭରତ ଚନ୍ଦ୍ର ଯେନା, ସବିତା ଘଡେଇ ପ୍ରମୁଖ । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ‘ନୂଆ-ଓ’ର ନୋଡ଼ାଲ ଅଫିସର ଅଧ୍ୟାପକ ଅଶ୍ୱିନୀ କୁମାର ପୁହାଣ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.