Home ଜିଲ୍ଲା ପରିକ୍ରମା କବି ମନୋରମା ଆଚାର୍ଯ୍ୟଙ୍କ କବିତା ପୁସ୍ତକ ‘ମାଟିର ମହକ’ ଉନ୍ମୋଚିତ

କବି ମନୋରମା ଆଚାର୍ଯ୍ୟଙ୍କ କବିତା ପୁସ୍ତକ ‘ମାଟିର ମହକ’ ଉନ୍ମୋଚିତ

37

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସନ୍ଧ୍ୟାରେ କବି ମନୋରମା ଆଚାର୍ଯ୍ୟଙ୍କ କବିତା ପୁସ୍ତକ ‘ମାଟିର ମହକ’ ସ୍ଥାନୀୟ ଟାଉନ୍‌ହଲ୍ ଠାରେ ଉନ୍ମୋଚିତ ହୋଇଛି। ବୁସଧୈବ କୁଟୁମ୍ବକମ୍ ବିଚାର ମଂଚ ପକ୍ଷରୁ ଆୟୋଜିତ ଏକ ଉଦ୍‌ଘାଟନୀ ଉତ୍ସବରେ ମାଟିର ମହକ୍ କବିତା ପୁସ୍ତକକୁ ଆନୁଷ୍ଠାନିକ ଭାବେ ଅତିଥିମାନେ ଉନ୍ମୋଚନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଏଥିରେ ପୌରୋହିତ୍ୟ କରିଥିଲେ। ଉଦ୍‌ଘାଟକ ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇ କହିଲେ ଯେ କବିତା ପୁସ୍ତକ ‘ମାଟିର ମହକ’ ଭଦ୍ରକର ଐତିହ୍ୟ, କଳା, ସଂସ୍କୃତି, ଭାଇଚାରାକୁ ଗୁରୁତ୍ୱ ଦେଇଛି। ଭଦ୍ରକର ସମସ୍ତ କଥାବସ୍ତୁ ସହ ଭଦ୍ରକର ଦେବାଦେବୀ, ସୁନାମଧନ୍ୟ ସାହିତ୍ୟିକ, ଐତିହାସିକ, ନାଟ୍ୟକାର ମାନଙ୍କୁ ପୁସ୍ତକରେ ସ୍ଥାନିତ କରାଯାଇ ଭଦ୍ରକର ଗାରିମାକୁ ପ୍ରସ୍ଫୁଟିତ କରାଯାଇଛି। ମୁଖ୍ୟଅତିଥି ବିଶିଷ୍ଟ କବି ଓ ମିଳନି ସାହିତ୍ୟ ସଂସଦ, କେନ୍ଦୁଝରର ସଂପାଦକ ଡ. ଚିତ୍ତରଂଜନ ମିଶ୍ର, ମୁଖ୍ୟବକ୍ତା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ପିନାକୀ ମିଶ୍ର ଓ ଗୋଷ୍ଠୀ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ପ୍ରମୁଖ କବି ମନୋରମା ଆଚାର୍ଯ୍ୟଙ୍କ ସୃଜନ ପ୍ରତିଭା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ‘ମାଟିର ମହକ’ ପୁସ୍ତକର ସମସ୍ତ କବିତା ପାଠକୀୟ ଆଦୃତି ଲାଭ କରିବ ବୋଲି ମତପ୍ରକାଶ କରିଥିଲେ। ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଭୟ କୁମାର ଦାସ କବିତା ପୁସ୍ତକର ସମୀକ୍ଷା କରିଥିଲେ। ଏହି ଉଦ୍‌ଘାଟନ ପର୍ବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକନ୍ତ ଅଧ୍ୟକ୍ଷ ଦାମୋଦର ସଂସ୍କୃତି ମହାବିଦ୍ୟାଳୟ, ଭଦ୍ରକ ପଣ୍ଡିତ ଭାଗୀରଥି ନନ୍ଦଶର୍ମାଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଦିତ କରାଯାଇଥିଲା। ବସୁଧୈବ କୁଟୁମ୍ବକମ୍ ବିଚାର ମଂଚର ସଂପାଦକ ଡ. ନିତ୍ୟାନନ୍ଦ ମିଶ୍ର ସମ୍ବର୍ଦ୍ଧନା ପତ୍ର ପାଠ କରିଥିଲେ। କବି ମନୋରମା ଆଚାର୍ଯ୍ୟ ନିଜର କବିତା ସଂକଳନ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.