Home ଜିଲ୍ଲା ପରିକ୍ରମା କବି ନରହରି ନାୟକଙ୍କୁ ସମ୍ବର୍ଦ୍ଧନା

କବି ନରହରି ନାୟକଙ୍କୁ ସମ୍ବର୍ଦ୍ଧନା

10

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରୋ ପଂଚାୟତ ଅଧୀନ ଚବିଶପଡ଼ା ଗ୍ରାମର କବି ନରହରି ନାୟକଙ୍କୁ ବାଲେଶ୍ୱର ଜିଲା ସୋର ଅନନ୍ତପୁର କୁରୁଡ଼ା ମହିମାଗାଦି ଶୂନ୍ୟବ୍ରହ୍ମ କଳା ସାହିତ ଓ ସଂସ୍କୃତି ପରିଷଦ ପକ୍ଷରୁ ‘ସାହିତ୍ୟ ବନ୍ଧୁ ସାରସ୍ୱତ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟ ଅତିଥି ଶ୍ରୀକୃଷ୍ଣ ବାରିକ, ମୁଖ୍ୟବକ୍ତା କୃତିବାସ ବେଜ, ପରିଷଦର ସଭାପତି ଶ୍ୟାମସୁନ୍ଦର ବେହେରା, ସମ୍ପାଦକ ଅରୁଣକାନ୍ତ, ସ୍ଥାନୀୟ ସରପଂଚ ମିନତୀ ସେଠୀ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ। କବି ଶ୍ରୀ ନାୟକ ଏକାଧାରରେ ଜଣେ କବି, ସଂଗଠକ, ସମାଜସେବୀ, ଆଧ୍ୟାତ୍ମିକବାଦୀ, ପ୍ରାବନ୍ଧିକ ଓ ଗାଳ୍ପିକ ଭାବେ ପରିଚିତ ହୋଇଥିବା ବେଳେ ସେ ପ୍ରକୃତିବନ୍ଧୁ ଓ ପ୍ରକୃତିମିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.