Home ଅପରାଧ କବାଡ଼ିଆ ଦୋକାନରେ ଚୋରି ଜିନିଷ ବିକ୍ରୟ କରୁଥିବାବେଳେ ୨ଚୋର ଗିରଫ

କବାଡ଼ିଆ ଦୋକାନରେ ଚୋରି ଜିନିଷ ବିକ୍ରୟ କରୁଥିବାବେଳେ ୨ଚୋର ଗିରଫ

44

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅଂଚଳରେ ଦିନକୁ ଦିନ ବେଆଇନ୍ ଭାବରେ କବାଡ଼ିଆ ଦୋକାନ ବୃଦ୍ଧି ପାଉଛି। ଏହି ସୁଯୋଗରେ ଚୋରି ମଧ୍ୟ ବୃଦ୍ଧି ପାଇଛି। ଚୋରମାନେ ବିଭିନ୍ନ ଛୋଟବଡ଼ ଦୋକାନ ଓ ଅଫିସ୍ ମାନଙ୍କରେ ଚୋରିକରି ଏହି କବାଡ଼ିଆ ଦୋକାନ ମାନଙ୍କରେ କମ୍ ମୂଲ୍ୟରେ ବିକ୍ରୟ କରୁଛନ୍ତି। ଗତକାଲି ରାତିରେ ଧାମନଗର ହବିବିନଗର ସ୍ଥିତ ସେକ୍ ଟିପୁ, ପିତା ବତାବଲ୍ଲି ଓ ସେକ୍ ସାହା ସାଜୁ, ପିତା ସେକ୍ ବୁଟୁ ଏମାନେ ମୁଲଣାସାହି ଛକ ନିକଟରେ ଏକ କବାଡ଼ିଆ ଦୋକାନରେ ଚୋରି ସାମଗ୍ରୀ ବିକ୍ରୟ କରୁଥିବାବେଳେ ସ୍ଥାନୀୟ ଲୋକମାନେ ଖବରପାଇ ଉକ୍ତ ଚୋରକୁ ଧରିଥିଲେ ଏବଂ ସ୍ଥାନୀୟ ପୋଲିସକୁ ଖବରଦେବା ପରେ ପୋଲିସ ଉକ୍ତ ଚୋର ଦୁଇଜଣକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଥିଲେ। ସମ୍ପୃକ୍ତ ଚୋରଙ୍କ ନାମରେ କେସ ନଂ ୨୮୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛନ୍ତି। ସୂଚନା ଯୋଗ୍ୟଯେ କିଛିଦିନ ତଳେ ଧାମନଗର ପ୍ରେସ୍ କ୍ଲବ, ବ୍ଲକ ବଜାରରେ କିଛି ଦୋକାନ, ଆଧାର କେନ୍ଦ୍ରରେ ତାଲା ଭାଙ୍ଗିି ଚୋରି ହୋଇଥିଲା। ଚୋରି ସାମଗ୍ରୀ ଜବତ ବେଳେ ପ୍ରେସ୍ କ୍ଲବରୁ ଚୋରି ହୋଇଥିବା ୪ଟି ଫ୍ୟାନ୍ ମଧ୍ୟ ଚିହ୍ନଟ ହୋଇଛି। ସୂଚନା ଥାଉକି ଚୋରମାନେ ଯେଉଁ କବାଡ଼ିଆ ଦୋକାନରେ ବିକ୍ରୟ କରୁଥିଲେ ଚୋରି ସାମଗ୍ରୀ କିଣିବା ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିଲେ ସୁଦ୍ଧା ସମ୍ପୃକ୍ତ କବାଡ଼ିଆ ଦୋକାନ ମାଲିକକୁ ଗିରଫ ନକରିବା ପୋଲିସ ପ୍ରତି ସନ୍ଦେହ ସୃଷ୍ଟି କରିଛି। ତେବେ ନିକଟରେ ନୂଆଥାନା ଅଧିକାରୀ ବନମାଳି ବାରିକ ଯୋଗଦେଇ ଥିବାବେଳେ ଧାମନଗର ବେଆଇନ୍ କବାଡ଼ିଆ ଦୋକାନ ମାନଙ୍କ ପ୍ରତି କିପ୍ରକାର ପଦେକ୍ଷପ ନେଉଛନ୍ତି ତାହା ଦେଖିବାକୁ ବାକିରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.