Home କନ୍ଧମାଳ କନ୍ଧମାଳ ଟିମ୍‌ ହ୍ୟୁମାନିଟିର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ଦ୍ୱାରା ଅଜଗର ସାପ ଉଦ୍ଧାର

କନ୍ଧମାଳ ଟିମ୍‌ ହ୍ୟୁମାନିଟିର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ଦ୍ୱାରା ଅଜଗର ସାପ ଉଦ୍ଧାର

59

କନ୍ଧମାଳ, ୨୮/୦୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ଠାରୁ ୧୨ କିମି ଦୂର ବାରିକୁମ୍ପା ଗ୍ରାମର ନାରାୟଣ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କ ବଗିଚାରେ ଏକ ଅଜଗର ସାପକୁ ଦେଖି ଟିମ୍‌ ହ୍ୟୁମାନିଟିର ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇବା କ୍ଷଣି ଟିମ୍‌ ସଦସ୍ୟ ଭି.ଜଗନ୍ନାଥ ରାଜୁ, ସାଇରମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି, ସୁନୀଲ କୁମାର ଜେନା, ସେକ ଅବଦୁଲ ସାକୀର, ହିମାଂଶୁ ନାୟକ ଏବଂ ପ୍ରଶାନ୍ତ କୁମାର ସେନାପତି ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ନିଜର ସୁରକ୍ଷା ସହିତ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହିତ ଫୁଲବାଣୀ ବନ ବିଭାଗ ଅଫିସରେ ହସ୍ତାନ୍ତର କରିଥିଲେ। ବନ ବିଭାଗର ନିର୍ଦ୍ଦେଶକ୍ରମେ ପୁଣି ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ଟିମ ହ୍ୟୁମାନିଟିର ଆବାହକ ଭି.ଲୋକନାଥ ରାଜୁ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.