Home କନ୍ଧମାଳ କନ୍ଧମାଳରେ କରୋନା ଆକ୍ରାନ୍ତ ସଂଖ୍ୟା ୨୫ ଛୁଇଁଲା

କନ୍ଧମାଳରେ କରୋନା ଆକ୍ରାନ୍ତ ସଂଖ୍ୟା ୨୫ ଛୁଇଁଲା

45

କନ୍ଧମାଳ, ୬/୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଗୁରୁବାର ସୁଦ୍ଧା ଜିଲାରେ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଆଉ ୩ ଜଣଙ୍କ ସ୍ବାବ୍‌ ନମୁନା ପଜିଟିଭ୍‌ ଆସିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏମାନଙ୍କୁ ମିଶାଇରେ ଜିଲାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ଅନ୍ୟପକ୍ଷରେ ଶୁକ୍ରବାର ଗୋଟିଏ ଦିନରେ ୭ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାରେ ୧୩ ଜଣ ସୁସ୍ଥ ହୋଇଥିବା ବେଳେ ବାକି ୧୨ ଜଣ ଚିକିତ୍ସାଧୀନ ଅଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଚିହ୍ନଟ ହୋଇଥିବା ୩ ସଂକ୍ରମିତଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଦୁଇ ଜଣ ମହିଳା। ପୁରୁଷ ଜଣକ ତେଲଙ୍ଗାନାରୁ ଏବଂ ମହିଳାଦ୍ୱୟ ତାମିଲନାଡୁରୁ ଫେରି କ୍ୱାରାଣ୍ଟାଇନରେ ରହିଥିଲେ। ତେଣୁ କେହି ଭୟଭୀତ ହେବାର ଆଶଂକା ନାହିଁ। ସମସ୍ତଙ୍କୁ ଜିଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.