Home ଜିଲ୍ଲା ପରିକ୍ରମା କନ୍ଧନୟାଗଡ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଯୋଗୁଁ ଅନେକ ସମସ୍ୟା

କନ୍ଧନୟାଗଡ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଯୋଗୁଁ ଅନେକ ସମସ୍ୟା

42

ନୟାଗଡ ୦୫/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟରେ ବିଦ୍ୟୁତ ପରିବଣ୍ଟନରେ ସୁଧାର ଆଣିବା ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ଚାଲିଛି। କିନ୍ତୁ ଅନେକ ଜାଗା ଦୃଷ୍ଟି ଆଢୁଆଳରେ ରହିଯାଉଥିବା ଯୋଗୁଁ ଅନେକ ସମସ୍ୟା ଦେଖାଦେଉଛି। ସେଭଳି ଏକ ସମସ୍ୟା ଦେଖିବାକୁ ମିଳୁଛି ଚାନ୍ଦପୁର ବିଦ୍ୟୁତ ପରିବଣ୍ଟନର କନ୍ଧ ନୟାଗଡ ଗ୍ରାମପଞ୍ଚାୟତ ଉପର ଟାଙ୍ଗୀ ସାହିରେ। ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ରହିଥିବା ଯୋଗୁଁ ଗାଡି ମଟର, ହଳ ଶଗଡ ଯିବା ଆସିବାରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି।

ଏ ସର୍ମ୍ପକେ ଚାନ୍ଦପୁର ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ନଳିନୀକାନ୍ତ ପାଣିଗ୍ରାହୀ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଏଭଳି ସମସ୍ୟା କେଉଁଠି ଅଛି ଆମ୍ଭର ଦୃଷ୍ଟି ଗୋଚର ହୋଇନାହିଁ। ସମସ୍ୟା ସ୍ଥଳ କେଉଁଠି ରହିଛି ତାକୁ ଦେଖିଲା ପରେ ପଦକ୍ଷେପ ନିଆଯିବ। ଏ ସର୍ମ୍ପକେ ଟାଙ୍ଗୀ ଅଧିଖଣ୍ଡ ଯନ୍ତ୍ରୀ ଅଜିତ୍ ମହାପାତ୍ର ଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ ସମସ୍ୟା ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ବିଦ୍ୟୁତ ଖୁଣ୍ଟ ରାସ୍ତା ମଝିରୁ ଅପସାରଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.