Home ଓଡ଼ିଶା କନ୍ଦରପୁର୍ ଥାନା ଅଞ୍ଚଳରେ ବ୍ୟବସାୟୀ ଲୁଟ ଘଟଣାର ପର୍ଦ୍ଦାଫାସ କଲା କମିଶନରରେଟ ପୋଲିସ : ୪...

କନ୍ଦରପୁର୍ ଥାନା ଅଞ୍ଚଳରେ ବ୍ୟବସାୟୀ ଲୁଟ ଘଟଣାର ପର୍ଦ୍ଦାଫାସ କଲା କମିଶନରରେଟ ପୋଲିସ : ୪ ଅଭିଯୁକ୍ତ ଗିରଫ

90

କଟକ, ୧୮/୧୦ (ଓଡ଼ିଆ ପୁଅ /ଅଭୟ ଜେନା) କନ୍ଦରପୁର୍ ରେ ବ୍ୟବସାୟୀଙ୍କୁ ଗୁଳି କରି ଲୁଟ ଘଟଣା ର ପର୍ଦ୍ଦାଫାସ କରିଛି କମିଶନରରେଟ ପୋଲିସ। ଲୁଟ ଘଟଣାରେ ସାମିଲ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି କନ୍ଦରପୁର ଥାନା ପୋଲିସ। ଏହି ଲୁଟ୍ ଗ୍ୟାଙ୍ଗ ର ମୁଖ୍ୟ ଅଭିଯୁକ୍ତ ଥିଲା ଜଗତସିଂହପୁର ବାଲିକୁଦା ଆଳିକଣର ସାଗର ମଲ୍ଲିକ। ଗତ ସେପ୍ଟେମ୍ବର ୯ ତାରିଖ ରେ ଜଗତସିଂପୁର ବନ୍ଦାଳର କ୍ଷୀରୋଦ ଚନ୍ଦ୍ର ସାହୁ ଜଣେ ବ୍ୟବସାୟୀ ତାଙ୍କ ଟାଟା ଏସି ଗାଡ଼ିରେ ମାଲଗୋଦାମକୁ ପ୍ରତ୍ୟେକ ଗୁରୁବାର ତେଜରାତି ଜିନିଷ ନେବା ପାଇଁ ଯାଉଥିଲେ। କଇଜଙ୍ଗା ଅଥଙ୍ଗା ରାସ୍ତାରେ ଦୁଇଟି ବାଇକ୍ ରେ ସାଗର, ରାକା ଏବଂ ତାଙ୍କ ତିନି ସହଯୋଗୀ ପହଞ୍ଚି ବ୍ୟବସାୟୀଙ୍କ ଜଂଘକୁ ଗୁଳି କରି ବ୍ୟାଗ୍ ରେ ଥିବା ଏକ ଲକ୍ଷ ଟଙ୍କା ଛଡାଇ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ବ୍ୟବସାୟୀ ଜଣକ କନ୍ଦରପୁର ଥାନାରେ ଅଭିଯୋଗ କରିବା ପରେ ତଦନ୍ତକୁ ଜୋରଦାର କରିଥିଲା ପୋଲିସ। ଆସାମୀ ମାନଙ୍କୁ ଧରିବା ପାଇଁ ଡିସିପି ଙ୍କ ନିର୍ଦ୍ଦେଶରେ ସ୍ପେଶାଲ ସ୍କ୍ୱ।ର୍ଡ୍ ଅଧିକାରୀ ଅଜୟ ଦାସ, ଥାନା ଆଇଆଇସି ବିପିନ ବିହାରୀ ହୋତା ପ୍ରମୁଖ ଜାଲ ବିଛାଇଥିଲେ। ଶେଷରେ ଘଟଣାର ଅନ୍ୟତମ ଅଭିଯୁକ୍ତ ରାକେଶ ଦାସ ଓରଫ୍ ରାକାକୁ ଗତ ୧୬ ତାରିଖ ସକାଳୁ ପୋଲିସ ଏନକାଉଣ୍ଟର୍ କରିବା ପରେ ତଦନ୍ତ ପ୍ରକ୍ରିୟାକୁ ଆହୁରି ମଜବୁତ କରିଥିଲା। ପରେ ଘଟଣାରେ ସମ୍ପୃକ୍ତ ଆଉ ୪ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ଏ ସି ପି ଚନ୍ଦନ ଘଡେଇ ପ୍ରେସମିଟ୍ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.