Home ଜିଲ୍ଲା ପରିକ୍ରମା କନେଷ୍ଟବଳ ମନୋଜ କୁମାର ପ୍ରଧାନଙ୍କୁ ପୁରସ୍କୃତ କଲେ ଏସ୍‌ପି

କନେଷ୍ଟବଳ ମନୋଜ କୁମାର ପ୍ରଧାନଙ୍କୁ ପୁରସ୍କୃତ କଲେ ଏସ୍‌ପି

8

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପୁଲିସ୍ ପ୍ରଶାସନର ୯୧ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲାରେ କାର୍ଯ୍ୟ କରୁଥିବା ସହରାଂଚଳ ଥାନାର କନେଷ୍ଟବଳ ମନୋଜ କୁମାର ପ୍ରଧାନଙ୍କୁ ତାଙ୍କର ବିଶିଷ୍ଟ ଅବଦାନ ପାଇଁ ପୁରସ୍କୃତ କରାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। କନେଷ୍ଟବଳ ମନୋଜ ନିଜର କେତେତକ ବିଶେଷ କାର୍ଯ୍ୟ ପାଇଁ ଏହି ସମ୍ମାନର ଅଧିକାର ହୋଇଛନ୍ତି। ଚୋରା ବାଇକ୍ ରାକେଟ ଠାବ, ବ୍ରାଉନସୁଗାର, ଗଂଜେଇ, ଛିନତାଇ, ଗୃହଚୋରି, କୋଇଲା ଚୋରି , ନାବାଳିକା କନ୍ୟା ଉଦ୍ଧାର, ଚୋରା ଦେଶୀ ଓ ବିଦେଶୀ ମଦ ଓ ଡକାୟତ ଭଳି ବହୁ କେଶ୍‌ରେ ମନୋଜ ନିଜର ପାରଦର୍ଶିତା ଦେଖାଇ ପୁଲିସ୍‌କୁ ସଫଳତା ଦେଇଛନ୍ତି। ଦୀର୍ଘ ୧୮ ବର୍ଷ ଧରି ସେ ତିହିଡି ଓ ଭଦ୍ରକର ସହରାଂଚଳ ଥାନାରେ କାର୍ଯ୍ୟ କରିବା ମଧ୍ୟରେ ନିଷ୍ଠାର ସହ ସେ ପୁଲିସ୍‌କୁ ଏଭଳି ସଫଳତା ଆଣିଦେଇଥିବାରୁ ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଉତ ବିଭିନ୍ନ କ୍ଷେତ୍ରରେ ଏଭଳି କୃତିତ୍ୱ ଅର୍ଜନ କରିଥିବା ମନୋଜଙ୍କୁ ପୁଷ୍ପଗୁଚ୍ଛ ସହ ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଉତ୍ସବରେ ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ, ସମ୍ବିତ କୁମାର ମାଝୀ, ଅରୂପ ଅଭିଷେକ ବେହେରାଙ୍କ ସମେତ ଜିଲାସ୍ତରୀୟ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ। ଅତ ତେବେ ଜଣେ ସଚ୍ଚୋଟ, ନିର୍ଭିକ ଓ କର୍ତବ୍ୟନିଷ୍ଠ ପୁଲିସ୍ କର୍ମଚାରୀ ଭାବେ ଶ୍ରୀ ପ୍ରଧାନ ପୁରସ୍କୃତ ହୋଇଥିବାରୁ ଉପସ୍ଥିତ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଭଦ୍ରକର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.