ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ମେରାଇନ ଥାନା ଅନ୍ତର୍ଗତ ଜୟଦୁର୍ଗା ପାଟଣା ଗ୍ରାମରେ ଏକ ଜମି କୁ ଜବରଦଖଲ କରିବାକୁ ଯାଇ କିଛି ଗୁଣ୍ଡା ଶ୍ରେଣୀର ଯୁବକ ମାନେ ସମ୍ପୃକ୍ତ ଭାଗଚାଷି ଙ୍କୁ ବାଡେଇ ବାଡେଇ ମାରିଦେଇଛନ୍ତି। କନିକା ରାଜ ପରିବାର ର ଏକ ଜମିକୁ ଜୟଦୁର୍ଗା ପାଟଣା ଗ୍ରାମର ଅମର ମାଈତି ଭାଗଚାଷି ଭାବେ ଦୀର୍ଘ ଦିନ ହେବ ଚାଷ କରି ଜୀବିକା ନିର୍ବାହ କରି ଆସୁଥିଲା। ଗତକାଲି ଅମର ମାଈତି ସେହି ଜମି ରେ ମାଟି ପକାଉଥିବା ବେଳେ ଧାମରା ଏବଂ ଜୟଦୁର୍ଗା ପାଟଣା ଗ୍ରାମର କିଛି ଅସାମାଜିକ ଯୁବକ ଅମର ମାଈତିକୁ ସଂଘବଧ ଭାବେ ବାଡ଼ି ରେ ଆକ୍ରମଣ କରିଥିଲେ। ପ୍ରବଳ ମାଡ଼ ଖାଇବା ପରେ ଅମର ମାଈତି ଘଟଣା ସ୍ଥଳରେ ଚେତା ଶୂନ୍ୟ ହୋଇପଡିବା ସହ ମୁହଁ ଏବଂ କାନ ରୁ ରକ୍ତ ସ୍ରାବ ହୋଇଥିଲା। ଅମର ମାଈତି ଙ୍କ ପରିବାର ଲୋକେ ପ୍ରଥମେ ଧାମରା ପରେ ଭଦ୍ରକ ମେଡିକାଲ କୁ ସ୍ଥାନା ନ୍ତରିତ କରିଥିଲେ ମଧ୍ୟ ଭଦ୍ରକ ରେ ଅମର ଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।ପରେ ଶବ ବ୍ୟବଛେଦ ହୋଇ ଆସିବା ପରେ ଗ୍ରାମବାସୀ ତୁରନ୍ତ ଏହି ଘଟଣା ରେ ସମ୍ପୃକ୍ତ ଦୋଷୀ ମାନଙ୍କୁ ଧରିବା ପାଇଁ ଦାବୀ କରିଥିଲେ. ମାତ୍ର ଧାମରା ମେରାଇନ ଥାନାରେ କେହି ଥାନାଧିକାରୀ ନିଯୁକ୍ତି ପାଇ ନ ଥିବା ବେଳେ ଏହି ଘଟଣା ର ତଦନ୍ତ କିଏ କରିବ ତାହା ନେଇ ପ୍ରଶ୍ନ ବାଚୀ ହୋଇପଡିଛି। ଅମର ଙ୍କ ସାନ ଭାଇ ଧାମରା ମେରାଇନ ଥାନା ରେ ଏକ ଲିଖିତ ଅଭିଯୋଗ କରି ଥିବା ବେଳେ ମୁଖ୍ୟ ଆସାମୀ ମାନେ ଫେରାର ହୋଇଯାଇଥିବା ଜଣାଯାଇଛି।. ମାତ୍ର ଏହି ଘଟଣା ରେ ମୁଖ୍ୟ ଆସାମୀ ଶଙ୍କର ଜେନା ଭଦ୍ରକ ମେଡିକାଲ ରେ ଚିକିତ୍ସିତ ହେଉଥିବା ଖବର ପାଇ ପୁଲିସ ସମ୍ପୃକ୍ତ ବ୍ୟକ୍ତି ଉପରେ ନଜର ରଖିଛି। ପୁଲିସ ର ଅଧିକ ତଦନ୍ତ ଜାରୀ ରହିଛି। ।