Home ଜିଲ୍ଲା ପରିକ୍ରମା କନିକା ପ୍ରଜା ଆନ୍ଦୋଳନ ଓଡ଼ିଶା ଇତିହାସରେ ଏକ ଦୁଃଖଦ ଅଧ୍ୟାୟ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ...

କନିକା ପ୍ରଜା ଆନ୍ଦୋଳନ ଓଡ଼ିଶା ଇତିହାସରେ ଏକ ଦୁଃଖଦ ଅଧ୍ୟାୟ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ତ୍ରୟୋଦଶ ସନ୍ଧ୍ୟା

29

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କନିକା ପ୍ରଜା ଆନ୍ଦୋଳନ ଓଡ଼ିଶା ଇତିହାସରେ ଏକ ଦୁଃଖଦ ଅଧ୍ୟାୟ। ବିପ୍ଳବୀ ଚକ୍ରଧର ବେହେରାଙ୍କ ନେତୃତ୍ୱରେ କନିକାରେ ଯେଉଁ ପ୍ରଜା ଆନ୍ଦୋଳନ ହୋଇଥିଲା ତାହା ସମଗ୍ର ଓଡ଼ିଶାକୁ ଆନ୍ଦୋଳିତ କରିବା ସହ ସ୍ୱାଧୀନତା ଆନ୍ଦୋଳନକୁ ଇନ୍ଧନ ଯୋଗାଇଥିଲା ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ତ୍ରୟୋଦଶ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସନ୍ଧ୍ୟାକୁ ବିପ୍ଳବୀ ଚକ୍ରଧର ବେହେରାଙ୍କ ସ୍ମୃତିରେ ଉତ୍ସର୍ଗୀତ ହୋଇଥିଲା ଏବଂ ଉକ୍ତ ସମାରୋହରେ ଭଦ୍ରକର ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେବା ନିବୃତ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଜେନା ବିଶିଷ୍ଟ ଅତିଥି, ରୟାଲ ଗ୍ରୁପର ଅଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା ମୁଖ୍ୟ ବକ୍ତା, ଚକ୍ରଧର ବେହେରା ସ୍ମୃତି କମିଟି ସହସମ୍ପାଦକ ପ୍ରଭାକର ପରିଡ଼ା ,ସମାଜସେବୀ ଅମରେନ୍ଦ୍ର ଦାସ, ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ସହ ସମ୍ପାଦକ ନାରାୟଣ ପାଢ଼ୀ, ସଂଗଠକ ଓ କବି ବାବୁଲାଲ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ବାରିକ, ଭୂମିକନ୍ୟା ମହିଳା ସଂଗଠନ ସଭାନେତ୍ରୀ ସଂଯୁକ୍ତା ବଳ ନାୟକ,ବ୍ରାଇଟ୍ ଇନଷ୍ଟିଚ୍ୟୁସନ୍ ର ଉପନିର୍ଦ୍ଦେଶିକା ସୁଶ୍ରୀ ସଂଗୀତା ସାହୁ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ପାଦକ ରାମନାରାୟଣ ଖିଲାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଟ୍ରଷ୍ଟର ଉପସଭାପତି ଡ଼ା.ଅନିଲ୍ ଦାଶ ଅତିଥି ପରିଚୟ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସଂଯୁକ୍ତା ଯାଦବ ମଞ୍ଚ ନିମନ୍ତ୍ରଣ କରିଥିଲେ କରିଥିବା ବେଳେ ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟର ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ମଂଚ ପରିଚାଳନା କରିଥିଲା ବେଳେ କଣ୍ଠଶିଳ୍ପୀ ଶଶିକଳା ମିଶ୍ର ସ୍ୱାଗତ ସଂଗୀତ ଏବଂ ମନ୍ଦିରା ଓଡିଶୀ ଡ୍ୟାନ୍ସ ସ୍କୁଲର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମହୋତ୍ସବ କାର୍ଯ୍ୟକ୍ରମକୁ ନାଟ୍ୟଶ୍ରୀ ନିର୍ମଳ ରାଉତ, କବି ନାରାୟଣ ପାଢ଼ୀ, ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ କୁମାର ରାୟ, ଅଞ୍ଜୁବାଳା ରାଉତ, ଅଧ୍ୟାପକ ନାଶିର ବକ୍ସ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅଧିବେଶନ ପୂର୍ବରୁ ନନ୍ଦିନୀ ମହିଳା ସଂଗଠନ ତରଫରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ସଭାନେତ୍ରୀ ସରୋଜିନୀ ନାୟକ ଓ ସମ୍ପାଦିକା ସଂଯୁକ୍ତା ଯାଦବ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.