Home କେନ୍ଦୁଝର କଦମ୍ବଡିହି ଚାରଣ ଶାଖାର ବାର୍ଷିକ ଉତ୍ସବ

କଦମ୍ବଡିହି ଚାରଣ ଶାଖାର ବାର୍ଷିକ ଉତ୍ସବ

108

ହାଟଡିହି-୨୦/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତ କଦମ୍ବଡିହି ଚାରଣ ଶାଖାର ୬ଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଦନ ମୋହନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀମନ୍ଦିର ପୁରୀର ଆଚାର୍ଯ୍ୟ ସୁଦର୍ଶନ ପୂଜାପଣ୍ଡା ଯୋଗ ଦେଇ ପ୍ରଭୁଜଗନ୍ନାଥଙ୍କ ଦୈନଦିନ ସେବାକାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଚାରଣ ଗୋଷ୍ଠୀର ସାଂସ୍କୃତିକ ସମ୍ପାଦକ ଅଧ୍ୟାପକ ଶୁଭେନ୍ଦୁ କୁମାର ସ୍ୱାଇଁ ଯୋଗଦେଇ ଚାରଣ ଗୋଷ୍ଠୀର ନୀତି ନିୟମ ସମ୍ପର୍କରେ ଆଲୋକପାତ କରିବା ସହ ଚାରଣ ଗୋଷ୍ଠୀ ଜଗନ୍ନାଥଙ୍କ ଚେତନାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବାର ମୁଖ୍ୟ ଭୁମିକା ଗ୍ରହଣ କରିଛି ବୋଲି ମତଦେଇଥିଲେ । ଏହି ଅବସରରେ ୨୨ଜଣ ମହିଳାଙ୍କ ଦ୍ୱାରା ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା କରାଯାିଥିଲା । ଚାରଣ ବିଚିତ୍ରାନନ୍ଦ ଦାଶ ପୂଜାର୍ଚ୍ଚନା କରିଥିଲେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଚାରଣ ଶାଖାର ମା ଓ ଭାଇ ମାନଙ୍କ ସହ କଦମ୍ବଡିହି ଗ୍ରାମର ବହୁ ଲୋକ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.