Home Top News କଥା ରଖିଲେ ମୁଖ୍ୟମନ୍ତ୍ରୀ : ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରସାଦ ବାଣ୍ଟିଲେ

କଥା ରଖିଲେ ମୁଖ୍ୟମନ୍ତ୍ରୀ : ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରସାଦ ବାଣ୍ଟିଲେ

108

ଭୁବନେଶ୍ୱର ୧୨/୧୨ (ଓଡ଼ିଆ ପୁଅ) ଆଜି ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନଙ୍କୁ ତାରାତରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ।

ସୂଚନାଯୋଗ୍ୟ ଯେ କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ବାହାରେ ରହୁଥିବା ଓଡ଼ିଶା ବାସୀ ମଧ୍ୟ ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରି ଥିଲେ।

ଜିଲ୍ଲାରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ସରପଞ୍ଚ ମାନଙ୍କୁ

ଜିଲ୍ଲା ପାଳ କ୍ଷମତା ଦେଇ ଥିଲେ। ସରପଞ୍ଚ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନେ ମଧ୍ୟ ନିଷ୍ଠାର ସହ ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ।

ପରିସ୍ଥିତି ରେ ଉନ୍ନତି ଆସିଥଲା ଓ କରୋନା ମୁକାବିଲା ରେ ଗଞ୍ଜାମ ଦେଶ ବିଦେଶରେ ଉଦାହରଣ ପାଲଟିଥିଲା।

ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ କରୋନା ସମୟରେ ସେମାନଙ୍କ ଭଲ କାମ ପାଇଁ ତାରାତରିଣୀ ପୀଠରେ ଭେଟି ମାଙ୍କ ଫ୍ରସାଦ ଓ ଲଡୁ ବାଣ୍ଟି ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.