Home କନ୍ଧମାଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ହେଲା ରାଇକିଆ

କଣ୍ଟେନ୍‌ମେଣ୍ଟ ଜୋନ୍‌ ହେଲା ରାଇକିଆ

58

ବାଲିଗୁଡା, ୧୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସହରର ଦୁଇଟି ଅଞ୍ଚଳରୁ ଶୁକ୍ରବାର ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କନ୍ଧମାଳ ଜିଲାପାଳ ଡ- ବୃନ୍ଦା ଡି ଟୁଇଟ କରି ସୂଚନା ଦେବା ସହ ଜିଲାପ୍ରଶାସନର ନିର୍ଦ୍ଦେଶକ୍ରମେ ରାଇକିଆ ଓ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ରାଇକିଆ ସହର ସମେତ ଗମାଣ୍ଡି, ଗଞ୍ଜନାଜୁ, ଦଡିଙ୍ଗିଆ ପଞ୍ଚାୟତର ଗଣ୍ଡିସି, ଦାଲବାଲି, ବେରେଡାକିଆ ପଞ୍ଚାୟତର ବେରେଡାକିଆ ଓ କାନ ଶୁଗଡବାଡ଼ି ପଞ୍ଚାୟତର କାଜୁରି ଏବଂ ମାଣିକେଶର ପଞ୍ଚାୟତର ସିଡିନପଟା ଓ ଲେନଡିରିକିଆ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇ ପ୍ରବେଶ ପଥରେ ବାରିକେଡ୍‌ କରାଯାଉଛି। ଅନ୍ୟକେତେକ ଅଞ୍ଚଳକୁ ବଫର୍‌ ଜୋନ୍‌ କରାଯାଇଛି। ଆକ୍ରାନ୍ତ ୨ ଜଣ ପୁରୁଷ ହୋଇଥିବା ବେଳେ ଜଣଙ୍କ ବୟସ ୧୬ ଏବଂ ଅନ୍ୟଜଣଙ୍କ ୨୮ବର୍ଷ। ଉଭୟ ଗଞ୍ଜାମ ଜିଲା ଯାଇ ସଂକ୍ରମିତ ହୋଇଥିବା ଜଣାପଡିଛି। ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.