Home ଓଡ଼ିଶା କଣ୍ଟେନମେଣ୍ଟକୁ ନେଇ ବଢ଼ୁଛି ସମସ୍ୟା, ମିଳୁନି ଅତ୍ୟାବଶ୍ୟକ ସାମଗ୍ରୀ

କଣ୍ଟେନମେଣ୍ଟକୁ ନେଇ ବଢ଼ୁଛି ସମସ୍ୟା, ମିଳୁନି ଅତ୍ୟାବଶ୍ୟକ ସାମଗ୍ରୀ

96

ବାଲିଗୁଡା, ୨୨/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ରାଇକିଆ ସହର ସମେତ ୧୩ଟି ଗ୍ରାମରେ ଗତ ୧୨ ଦିନ ହେଲା ଅଚଳାବସ୍ଥା ଦେଖାଦେଇଛି। ଜୁଲାଇ ୧୦ରେ ରାଇକିଆ ଅଞ୍ଚଳରୁ ୨ ଜଣ ପଜିଟିଭ୍‌ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ମାତ୍ର ଏ ନେଇ ଦିନକୁ ଦିନ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି। ରାସନ ସାମଗ୍ରୀଠାରୁ ଆରମ୍ଭ କରି ଔଷଧ ଦୋକାନ ସବୁ ବନ୍ଦ ରହିଛି। ପାଖାପାଖି ୧୩ ହଜାର ଲୋକ ଏହି କଣ୍ଟେନମେଣ୍ଟ ଭିତରେ ରହିଛନ୍ତି।ସେହିପରି ବଫର ଜୋନରେ ଥିବା ୧୭ଟି ଗ୍ରାମ ପ୍ରତ୍ୟେକ କ୍ଷେତ୍ରରେ ରାଇକିଆ ଉପରେ ନିର୍ଭର କରୁଥିବାରୁ ସେମାନେ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସିଧା ପ୍ରଭାବ ଗ୍ରାମାଞ୍ଚଳ ଉପରେ ପଡୁଛି। ଚାଷକାର୍ଯ୍ୟ ଜୋର୍‌ରେ ଚାଲିଥିବା ବେଳେ ଆବଶ୍ୟକୀୟ ସାର, ବିହନ ମଧ୍ୟ ମିଳି ପାରୁ ନାହିଁ। ଔଷଧ ନ ପାଇ ରୋଗୀ ନିରାଶରେ ଫେରୁଛନ୍ତି। ମାଲବାହୀ ଟ୍ରକ ଆସୁ ନ ଥିବାରୁ ଔଷଧ ଆସୁ ନ ଥିବା ଉତ୍ତର ମିଳୁଛି। ଜିଲାକୁ ଅତ୍ୟାବଶ୍ୟକ ସାମଗ୍ରୀ ଗଞ୍ଜାମ ଜିଲାରୁ ଆସୁଥିବା ବେଳେ କଟକଣା ଯୋଗୁ ତାହା ମଧ୍ୟ ବନ୍ଦ ହୋଇ ଯାଇଛି। କଣ୍ଟେନମେଣ୍ଟ ଉଠାଇବାକୁ ନେଇ ବିଡିଓ ପ୍ରବୀଣ କୁମାର ବାଣୁଆ କହିଛନ୍ତି ଯେ, ବର୍ତମାନ କୌଣସି ନିଷ୍ପତ୍ତି ହୋଇ ନାହିଁ, ପରିସ୍ଥିତି କୁ ଦେଖି ନିଷ୍ପତ୍ତି ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.