ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) କୋଭିଡ-୧୯ ମୁକାବିଲାରେ ନିଯୁକ୍ତ କର୍ମଚାରୀମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣର ଗୁଣାତ୍ମକ ମାନ ନେଇ କେତେକ ଗଣମାଧ୍ୟମରେ ସଂଶୟ ପ୍ରକାଶ ପାଇଛି। ତେବେ ଯେଉଁ ଯେଉଁ ଉପକରଣଗୁଡିକୁ ନେଇ ବିବାଦ ଉଠିଛି, ସେସବୁର କେନ୍ଦ୍ର ସରକାର ଆହରଣ କରିଥିବା ପିପିଇ ସହ କୌଣସି ସମ୍ପର୍କ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏଚଏଲଏଲ ଲାଇଫ କେୟାର ପକ୍ଷରୁ ଅଣାଯାଉଥିବା ଏହିସବୁ ଉପକରଣ ଦେଶରେ ବୟନ ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ ୮ଟି ପରୀକ୍ଷାଗାର ମଧ୍ୟରୁ କୌଣସି ଗୋଟିକରେ ପରୀକ୍ଷା ଓ ନିରୀକ୍ଷଣ ପରେ ହିଁ ଅଣାଯାଇଥାଏ। ସେମାନେ ଏହାର ସଠିକତା ପ୍ରମାଣପତ୍ର ଦେବା ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବୈଷୟିକ କମିଟିର ଅନୁମୋଦନ କ୍ରମେ ହିଁ ସେଗୁଡିକୁ ଆହରଣ କରାଯାଇଥାଏ। ଯୋଗାଯାଉଥିବା ପିପିଇର ଯେକୌଣସି ନମୁନା ନିଆଯାଇ ତା’ର ନିର୍ଦ୍ଧାରିତ ନୀତି ଅନୁସାରେ ପରୀକ୍ଷଣ କରାଯାଇଥାଏ। କୌଣସି ଦୋଷ ତ୍ରୁଟି ପରିଲକ୍ଷିତ ହେଲେ ନିର୍ମାଣକାରୀ କମ୍ପାନୀକୁ ଅଯୋଗ୍ୟ ଘୋଷଣା କରି ତା’ଠାରୁ ଆଉ ସାମଗ୍ରୀ କିଣାଯାଏ ନାହିଁ। ପିପିଇର ଗୁଣାତ୍ମକ ମାନ ନିର୍ଦ୍ଧାରଣକାରୀ କେନ୍ଦ୍ର ବୟନ ମନ୍ତ୍ରଣାଳୟର ଯେକୌଣସି ପରୀକ୍ଷାଗାରରୁ ପିପିଇ ନେଉଥିବା ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ଏହାର ପରୀକ୍ଷା କରାଇପାରନ୍ତି। ଉତ୍ପାଦନକାରୀମାନେ ଏହିସବୁ ପରୀକ୍ଷାଗାରରୁ ପରୀକ୍ଷା ପରେ ସାମଗ୍ରୀ ଯୋଗ୍ୟ ବିବେଚିତ ହେଲେ ତାହା ଜିଇଏମରେ ଅନବୋର୍ଡ କରନ୍ତି। ଉତ୍ପାଦନକାରୀମାନେ ସେମାନଙ୍କର ଉପକରଣ ଯୋଗ୍ୟ ବିବେଚିତ ହେଲା ପରେ ତାହା ଜିଇଏମ ଜରିଆରେ ଅନବୋର୍ଡ କରିବା ପାଇଁ ପରାମର୍ଶ ଦିଆଯାଇଥାଏ। ଏହାଫଳରେ ରାଜ୍ୟମାନେ ନିଜର ଆବଶ୍ୟକତା ମୁତାବକ ଆହରଣ କରନ୍ତି। ଘରୋଇ ଉତ୍ପାଦନକାରୀ ମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ କେନ୍ଦ୍ର ବୟନ ମନ୍ତ୍ରଣାଳୟର ୱେବସାଇଟରୁ ମିଳିପାରିବ। ଭାରତ ଏବେ ପିପିଇ ଏବଂ ଏନ-୯୫ ମାସ୍କର ଉତ୍ପାଦନ ହାର ଯଥେଷ୍ଟ ବୃଦ୍ଧି କରିଛି ଓ ଏହା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଚାହିଦା ପୂରଣ କରିବା ପାଇଁ ସକ୍ଷମ। ଦେଶରେ ବର୍ତ୍ତମାନ ଦିନକୁ ୩ ଲକ୍ଷରୁ ଅଧିକ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ ଏନ-୯୫ ମାସ୍କ ଉତ୍ପାଦନ ହେଉଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତଥା ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରତିଷ୍ଠାନ ଦୈନିକ ୧.୧୧ ଲକ୍ଷରୁ ଊର୍ଦ୍ଧ୍ଵ ଏନ-୯୫ ମାସ୍କ ଓ ପ୍ରାୟ ୭୫ ହଜାର ପିପିଇ ଉତ୍ପାଦନ କରୁଛନ୍ତି।
ଏତଦବ୍ୟତୀତ ପିପିଇର ଆବଶ୍ୟକ ଉପଯୋଗ ସମ୍ପର୍କରେ ତଥ୍ୟ ମନ୍ତ୍ରଣାଳୟର ୱେବସାଇଟ https://mohfw.gov.in ରେ ଉପଲବ୍ଧ।








