ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଚାରି ଦିନତଳେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଛଦ୍ମ ବେଶରେ ଜଣେ ଚାଷୀ ହୋଇ କଟସାହି ସେବା ସମବାୟ ସମିତି କୁ ଆସି ଧାନ କଟନି ଛଟିନି କଟା ଯାଉଥିବା ଉପଲବ୍ଧି କରି ସଂପାଦକ ଙ୍କୁ ତାଙ୍କ ଦାଇତ୍ୱ ରୁ ବାହାର କରି ଦେଇଥିଲେ । ଫଳରେ ଉକ୍ତ ଘଟଣା କୁ ନେଇ ଧୀରେ ଧୀରେ ରାଜନୈତିକ ଆଡ଼କୁ ଗତି କରିଛି ଫଳରେ ଦୀର୍ଘ ଚାରିଦିନ ହେବ ଚାଷୀ ମାନେ ସେମାନଙ୍କ ର ଧାନ ସମିତି ରେ ଦେଇ ପାରୁ ନାହାଁନ୍ତି।ସହ ସହ ଧାନ ବସ୍ତା ଏବେ ବାହାରେ ପଡି ରହିଛି ।ତେବେ ଏହି ଘଟଣା କୁ ନେଇ ଏବେ ବିବାଦୀୟ ପରିସ୍ଥିତି ମଧ୍ୟ ଦେଖାଦେଇଛି।ଗୋଟିଏ ଗୋଷ୍ଟି ବୁଧବାର ଦିନ ସାମ୍ୱାଦିକ ସମ୍ମିଳନୀ କରି ସଂପୃକ୍ତ ସଂପାଦକ ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ବେଳେ ଗୁରୁବାର ଅନ୍ୟ ଏକ ଚାଷୀ ଗୋଷ୍ଟି ଏକ ସାମ୍ୱାଦିକ ସମ୍ମିଳନୀ କରି ତାଙ୍କର ବିରୋଧୀ ଙ୍କୁ ଜବାବ ଦେଇଛନ୍ତି।ପ୍ରକାଶ ଥାଉକି ଉକ୍ତ ସମିତି ରେ ୨୦୨୪/୨୫ ବର୍ଷ ପାଇଁ ଧାନ ସଂଗ୍ରହରେ କଟନି-ଛଟନି ସମ୍ପର୍କରେ ଯେଉଁ ବାଦ, ବିସମ୍ବାଦ ଉପୁଜିଛି ସେଥରେ କୌଣସି ସତ୍ୟତା ନାହିଁ ।ସମିତିରେ ସାମ୍ପ୍ରତିକ ପରିସ୍ଥିତିରେ ଯେଉଁ ଦ୍ୱନ୍ଦ ଉପୁଜି ଅଛି ତାହା ଇଚ୍ଛାକୃତ ଭାବେ, ଉକ୍ତ ସମିତିରେ ଦୀର୍ଘଦିନ ଧରି ସଭାପତି ଥିବା ଶ୍ରୀ ରଘୁନାଥ ଲେଙ୍କା ଓ ତାଙ୍କ ପୁତ୍ର ଶ୍ରୀ ରଣଜିତ ଲେଙ୍କାଙ୍କ ଦ୍ୱାରା ମିଳିତ ଭାବେ ଷଡ଼ଯନ୍ତ୍ର ଓ ଚକ୍ରାନ୍ତ କରାଯାଇ ଏପରି ବିବାଦୀୟ ପରିସ୍ଥିତି ସୃଷ୍ଟି କରା ଯାଇଛି ବୋଲି କଟସାହି ପଂଚାୟତ ରେ ସହିଦିନଗର ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ରେ କେତେକ ଚାଷୀ ଅଭିଯୋଗ କରିଛନ୍ତି। ସୁଚନା ଥାଉକି ଚଳିତ ବର୍ଷ ଜାନୁଆରୀ ୧୧ ତାରିଖ ଠାରୁ ଧାନ ସଂଗ୍ରହ କାର୍ଯ୍ୟ ସମିତିରେ ଆରମ୍ଭ ହୋଇଛି । ଉକ୍ତ ଧାନ ସଂଗ୍ରହ ସଂପୃକ୍ତ ମିଲର ଓ ଭଦ୍ରକ ଆର ଏମ ସି ର କର୍ମଚାରି ଙ୍କ ଉପସ୍ଥିତିରେ ସେମାନଙ୍କ ଦ୍ୱାରା ଧାନର ମାନ ନିରୂପଣ କରାଯିବା ପରେ ଧାନ ସଂଗ୍ରହ ଆରମ୍ୱ ହୋଇଛି। ଜାନୁଆରୀ ୩୧ ସୁଦ୍ଧା ୨୨୦ ଜଣ ଋଷିଙ୍କ ଠାରୁ ୫୨୫୩.୧୩ କୁଇଂଟାଲ ଧାନ ସଂଗ୍ରହ କରାଯାଇ ମିଲରକୁ ପ୍ରଦାନ କରାଯାଇଛି । ଯେଉଁ ଋଷିମାନେ ସେମାନଙ୍କର ଧାନ ମିଲରଙ୍କ ମାଧ୍ୟମରେ ସରକାରଙ୍କୁ ବିକ୍ରୟ କରିଛନ୍ତି ସେମାନେ ଉକ୍ତ ଧାନ ସଂଗ୍ରହରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ଏବଂ ଚାଷୀ ଙ୍କ କୌଣସି ଅଭିଯୋଗ ନଥିବା ବେଳେ। ବୋର୍ଡ ସଭ୍ୟ ରଘୁନାଥ ଲେଙ୍କାଙ୍କ ଦ୍ୱାରା ଏକ ଅମୂଳକ ସାମ୍ବାଦିକ ସମ୍ମିଳନୀ କରାଇ ପ୍ରଶାସନ କୁ ନିନ୍ଦିତ ଓ ବିଭ୍ରାନ୍ତ କରାଉଛନ୍ତି ବୋଲି ସାମ୍ୱାଦିକ ସମ୍ମିଳନୀ ରେ ଅଭିଯୋଗ ମଧ୍ୟ କରା ଯାଇଛି। ଜିଲ୍ଲାପାଳ ଜିଲ୍ଲାର ପ୍ରଶାସକ ରୂପେ ଉକ୍ତ କାର୍ଯ୍ୟାଳୟକୁ ଆସିବାର ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଥିବା ସ୍ଥଳେ ଛଦ୍ମବେଶରେ ଆସି ସାମ୍ପ୍ରତିକ ପରିସ୍ଥିତିରେ ଯେଉଁ ହୋ-ହାଲା ସୃଷ୍ଟିହୋଇଛି ତାହା କୌଣସି ଭିନ୍ନ ଚିନ୍ତାଧାରା ଉପରେ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅନୁମାନ କରାଯାଇଛି। ଶ୍ରୀ ରଘୁନାଥ ଲେଙ୍କା ଉକ୍ତ ସମିତି ରେ ବୋର୍ଡ ସଭ୍ୟ ଥିଲେ ସୁଦ୍ଧା ୨୦୨୨ ମସିହା, ଜୁଲାଇ ମାସରୁ ପରିଚାଳନା ପରିଷଦ ବୈଠକରେ ଯୋଗଦାନ କରନ୍ତି ନାହିଁ । ପରିଚାଳନା ପରିଷଦର ସଦସ୍ୟ ଥାଇ ସମିତି ବିରୋଧ ର ମତ ପୋଷଣ କରିବା ତାହା ତାଙ୍କର ବ୍ୟକ୍ତିଗତ ଓ ବିକୃତ ମାନସିକତା ବୋଲି ଜଣାଯାଏ । ସେ ସମିତି ସଭାପତି ହୋଇ ନ ପାରିବାରୁ ନିଜର ପତିଆରା ଯାହାରି କରିବାପାଇଁ ରାଜନୈତିକ ପଟ ପରିବର୍ତନ କରି ନିଜର କୌଣସି ସ୍ୱାର୍ଥସାଧନ କରିବା ପାଇଁ ଏଭଳି କୃତ୍ରିମ ଓ ବିଭ୍ରାନ୍ତକର ମତ ପୋଷଣ କରୁଛନ୍ତି ଯାହା କୌଣସି ତଥ୍ୟ ସମ୍ବଳିତ ନୁହେଁ । ତେବେ ଏପରି ପରିସ୍ଥିତି ରେ ଉକ୍ତ ସମିତି ରେ କୌଣସି ରାଜନୈତିକ ମନଭାବ ନ ରଖି ତୁରନ୍ତ ଚାଷୀ ଙ୍କ ପଡି ରହିଥିବା ଧାନ କୁ କିଣନ୍ତୁ ଓ ଉକ୍ତ ସମିତି ରେ ହୋଇ ଥିବା ଦୁର୍ନୀତି ସଂପର୍କ ରେ ଜିଲ୍ଲାପାଳ ତଦନ୍ତ କରନ୍ତୁ ବୋଲି ସାମ୍ୱାଦିକ ସମ୍ମିଳନୀ ରେ ଚାଷୀ ପରମେଶ୍ୱର ପାଢ଼ୀ,ନିରଞ୍ଜନ ସେନାପତି,କୁଞ୍ଜ ବିହାରୀ ନାୟକ,ସାଗର ପାଢ଼ୀ,ଚିତରଞ୍ଜନ ପଣ୍ଡା,କେଶବ ପଣ୍ଡା,କଲ୍ୟାଣୀ ଜେନା, ଶର୍ମା ନନ୍ଦ ନାୟକ ଦାବୀ କରିଛନ୍ତି। ତେବେ ଉକ୍ତ ସମିତି ରେ ଧାନକିଣା ନେଇ ରାଜନୈତିକ ବିବାଦ ଯୋଗୁଁ ଚାଷୀମାନେ ବଳି ପଡ଼ୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।
Home ଜିଲ୍ଲା ପରିକ୍ରମା କଟସାହି ସେବା ସମବାୟ ସମିତିରେ ଜିଲ୍ଲାପାଳ ଛଦ୍ମବେଶରେ ଆସିବା ପରେ ରାଜନୈତିକ ଛକାଛକିରେ ବଳି ପଡ଼ୁଛନ୍ତି...