Home କଟକ କଟକ ସଦର: ଉରାଳିପାଞ୍ଚାୟତରେ ଟିକସ ଅର୍ଥ ଜାଲିଆତିର ତଦନ୍ତ ଦାବି

କଟକ ସଦର: ଉରାଳିପାଞ୍ଚାୟତରେ ଟିକସ ଅର୍ଥ ଜାଲିଆତିର ତଦନ୍ତ ଦାବି

77

କଟକ ସଦର :୧୨/୦୬ (ଓଡ଼ିଆ ପୁଅ / ଅଭୟ ଜେନା ) କଟକସଦର ବ୍ଲକର ଉରାଳି ଗ୍ରାମ ପଞ୍ଚାୟତରେ ଶାଲିମର କମ୍ପାନୀର ଗୋଦାମ ଘର ରହିଛି। ଟିକସ ବାବଦକୁ କମ୍ପାନୀ କର୍ମଚାରୀ ୬୦ହଜାର ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ଦେଇଥିଲେ। ହେଲେ ପିଇ ଓ ଓ ସରପଞ୍ଚ ଉକ୍ତ ଟଙ୍କା ଗ୍ରହଣ କରିଥିଲେ ଓ ୬୦ହଜାର ଟଙ୍କାର ରସିଦ ଦେଇଥିଲେ କିନ୍ତୁ ଚଞ୍ଚକତା କରି ସରକାରୀ ତହବିଲକୁ ୬ହଜାର ପୈଠ କରାଯାଇ ଥିଲା। ଏହି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ କଟକ ସଦର ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ ଓ ଭାରତୀୟ ଜନତାପାର୍ଟିର ଉପସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ ଜିଲ୍ଲାପାଳ, ୫T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରିଜଣାଇଛନ୍ତି। ଏହି ବିଷୟରେ କଟକ ଉପ ଜିଲ୍ଲାପାଳ ଜିଲ୍ଲା ଗ୍ରାମପଞ୍ଚାୟତ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମାତ୍ର ତଦନ୍ତ ପରେ ଜଣାପଡିଲା ଯେ କମ୍ପାନୀ କର୍ମଚାରୀ ୬୦ହଜାର ଟଙ୍କା ଜମାକରିଛନ୍ତି ମାତ୍ର ସରକାରୀ ତହବିଲ କୁ ୬ହଜାର ଟଙ୍କା ଯାଇଛି। ତଦନ୍ତ ପରେ ବାକି ୫୪ ହଜାର ଟଙ୍କା ଡିପୋଜିଟ କରାଯାଇଛି। ଏଠି ପ୍ରଶ୍ନ ଉଠୁଛି ଏହି ପରି ମହାଦୁର୍ନିତି ରେ ସଂପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓ କଟକ ସଦର ବ୍ଲକ ରେ ବିଭିନ୍ନ ବାବଦକୁ ଟିକସ ଦିଆଯିବା ରସିଦ କୁ ତଦନ୍ତ ପରିସର ଭୁକ୍ତ କରାଗଲେ ପ୍ରକୃତ ସତ୍ୟା ସତ୍ୟ ଲୋକ ଲୋଚନ କୁ ଆସିପାରିବ ବୋଲି କଟକ ସଦର ନେତା ଦିଲ୍ଲୀପ ମଲ୍ଲିକ ଓ କଟକ ଜିଲ୍ଲା ବିଜେପି ଉପସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ ଦାବିକରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.