Home Coronavirus Outbreak କଟକ, ମୟୁରଭଞ୍ଜ ଓ ଯାଜପୁରରୁ, ୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ, ମୟୁରଭଞ୍ଜ ଓ ଯାଜପୁରରୁ, ୩ କରୋନା ଆକ୍ରାନ୍ତ ଚିହ୍ନଟ

528

ଭୁବନେଶ୍ୱର ୧୧-୫ (ଓଡ଼ିଆ ପୁଅ) : ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ କଟକ, ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାରୁ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରୁ ସୂଚନା ମିଳିଛି। ତେଣୁ ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଛି।

ତେବେ ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯ ସକ୍ରୀୟ ଆକ୍ରାନ୍ତ ଅଛନ୍ତି।

କଟକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ଏବଂ ୨ଜଣ ସକ୍ରୀୟ ଆକ୍ରାନ୍ତ ଅଛନ୍ତି।

ମୟୁରଭଞ୍ଜ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ଏବଂ ୯ଜଣ ସକ୍ରୀୟ ଆକ୍ରାନ୍ତ ଅଛନ୍ତି।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ ହୋଇଥିବା ବେଳେ ୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୬ ଜଣ ସକ୍ରୀୟ ଆକ୍ରାନ୍ତ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.