Home Top News କଟକ ମହାନଦୀରୁ ଉଦ୍ଧାର ହେଲା ଘଡ଼ିଆଳ କୁମ୍ଭୀର

କଟକ ମହାନଦୀରୁ ଉଦ୍ଧାର ହେଲା ଘଡ଼ିଆଳ କୁମ୍ଭୀର

41

କଟକ, ୩୧/୧ (ଓଡ଼ିଆ ପୁଅ /ଅଭୟ ଜେନା) ମହାନଦୀ ମଧୁସୂଦନ ସେତୁ ତଳୁ ବହୁ ପରିଶ୍ରମ ପରେ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଏହାର ଲମ୍ୱ ୧୧ ଫୁଟ ହେବ। କୁମ୍ଭୀର ମୁହଁରେ ଜାଲ ଗୁଡ଼ାଇ ହୋଇରହି ଥିବା ଦେଖାଯାଇଥିଲା। ଆଠଗଡ ବନବିଭାଗ, ଚନ୍ଦକା ବନବିଭାଗ, ନନ୍ଦନକାନନ ବିଶେଷଜ୍ଞ ଟିମ ତଥା ସ୍ଥାନୀୟ ମାଛ ଧରାଳି ଙ୍କ ସହାୟତା ରେ କୁମ୍ଭୀର ଟିକୁକାବୁ କରାଯାଇଥିଲା। ଘଡ଼ିଆଳ ପ୍ରଜାତିର କୁମ୍ଭୀରଙ୍କ ସୁରକ୍ଷା ପାଇଁ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜାଯାଇଛି।ଏଭଳି କୁମ୍ଭୀର ସାଧାରଣତଃ କ୍ଷତି ସାଧନ କରିନଥାଏ ଓ ନିରୀହ ପ୍ରକୃତିର ବୋଲି ବନବିଭାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। କୁମ୍ଭୀରଟିକୁ ମହାନଦୀରେ ପୁଣି ଛାଡି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.