Home ଓଡ଼ିଶା କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି, ଆଲୋଚନା...

କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି, ଆଲୋଚନା ସଭା

218

କଟକ, ୨୮/୮ (ଓଡ଼ିଆ ପୁଅ/ ଅଭୟ ଜେନା) ଆଜି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି ସଭା ବିଡାନାସୀ ଦୁର୍ଗାପୂଜା କମିଟିର ସହଯୋଗରେ ସ୍ଥାନୀୟ ବିଡାନାସୀସ୍ଥିତ ଶ୍ରୀ ଶ୍ରୀ ଚହଟେଶ୍ବର ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ କଟକ ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ଭିକାରୀ ଦାସ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ପୂଜା ଓ ଭସାଣି-୨୦୨୨ ସଂକ୍ରାନ୍ତୀୟ ଆଗତ ପ୍ରସ୍ତାବ ରଖିଥିଲେ, ଯାହାକି ଉକ୍ତ ସଭାରେ ଅନୁମୋଦନ ଲାଭ କରିଥିଲା। କଟକ ମହାନଗର ପୂଜା କମିଟି ସମ୍ପାଦକ ତଥା ପ୍ରାକ୍ତନ ବିଧାୟକ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ଏହି ପ୍ରସ୍ତୁତି ସଭାରେ ଦୈତନଗରୀ (ଭୁବନେଶ୍ୱର-କଟକ) ପୋଲିସ କିମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀ ଶଙ୍କର ଚୟନୀ, ଡି ସି ପି, ଶ୍ରୀ ପିନାକ ମିଶ୍ର, କଟକ ସଦର ବିଧାୟକ, ଶ୍ରୀ ଚନ୍ଦ୍ରସାରଥୀ ବେହେରା, ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୁକିମ, ଚୌଦ୍ୱାର-କଟକ ବିଧାୟକ, ଶ୍ରୀ ସୌଭିକ ବିଶ୍ୱାଳ, କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ସିଂ, ଡେ଼ପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ନଗର କଂଗ୍ରେସ କମିଟି ସଭାପତି ଶ୍ରୀ ସୁରେଶ ମହାପାତ୍ର, ଭାରତୀୟ ଜନତାପାର୍ଟି ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ, ଭାରତୀୟ କମୁନିଷ୍ଟ ପାର୍ଟି, କଟକ ସମ୍ପାଦକ ଶ୍ରୀ ଅମରେନ୍ଦୁ ମହାନ୍ତି, ମାର୍କସବାଦୀ କମୁନିଷ୍ଟ ପାର୍ଟି, କଟକ ସମ୍ପାଦକ, ଶ୍ରୀ ବଦ୍ରିନାରାୟଣ ଦାସ, ବରିଷ୍ଠ ଆଇନଜୀବୀ ଶ୍ରୀ ଧରଣୀଧର ନାୟକ, ବିଡାନାସୀ ଦୁର୍ଗାପୂଜା କମିଟି ସଭାପତି ଶ୍ରୀ ରମାକାନ୍ତ ଚାନ୍ଦ ଏବଂ ସମ୍ପାଦକ, ଶ୍ରୀ ଟୁକୁନା ସେନାପତି ପ୍ରମୁଖ ମଞ୍ଚାସୀନ ରହି ଦୁର୍ଗାପୂଜା ଓ ଭସାଣି ଉତ୍ସବ ସଂକ୍ରାନ୍ତରେ ବକ୍ତବ୍ୟ ପ୍ରଦାନ କରିଥିଲେ। କଟକ ମହାନଗର ଶାନ୍ତି କମିଟି ଉଭୟ କାର୍ଯ୍ୟକାରୀ ସଭାପତି, ଶ୍ରୀ ବିଜୟ ଦାସ ଓ ଶ୍ରୀପ୍ରଦୀପ ସିନ୍ନାଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ମାନେ ଏହି ସଭାରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.