Home Top News କଟକ ଛତ୍ରବଜାର ପୋଲ ଭୁଶୁଡ଼ିବା ଘଟଣା : ଆର.ଡି.ସିଙ୍କ ତଦନ୍ତ ନିର୍ଦ୍ଦେଶ

କଟକ ଛତ୍ରବଜାର ପୋଲ ଭୁଶୁଡ଼ିବା ଘଟଣା : ଆର.ଡି.ସିଙ୍କ ତଦନ୍ତ ନିର୍ଦ୍ଦେଶ

76

କଟକ, ୧୦/୩ (ଓଡ଼ିଆ ପୁଅ /ଅଭୟ ଜେନା ) କଟକ ଛତ୍ରବଜାର ନିର୍ମଣାଧୀନ ପୋଲ ଭୁଶୁଡି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାର ଆର. ଡି. ସି ସ୍ତରୀୟ ତଦନ୍ତପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହି ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ସୂଚନା ମିଳିଛି। ଏଥିସହ ଗୁରୁତର ଆହତ ଶ୍ରମିକଙ୍କ ଉତ୍ତମ ଚିକିତ୍ସା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟଯେ, କଟକ ସହରର ଛତ୍ରବଜାର ପରିବା ମାର୍କେଟ ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ ପୋଲ ଭୁଶୁଡ଼ି ପଡିଛି। ଗତକାଲି ସନ୍ଧ୍ୟାରେ ମାଟି ଅତଡ଼ା ଖସିବାରୁ ଅଘଟଣ ଘଟିଥିଲା। ପୋଲ ନିକଟ ପୁରୁଣା କାନ୍ଥ ଭୁଶୁଡ଼ିବାରୁ ମାଟି ଅତଡ଼ା ଖସିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହି ରାସ୍ତାଦେଇ ଯାତାୟତ ପ୍ରଭାବିତ ହୋଇଥିଲା।

ଏହି ସୂଚନା ମିଳିବା ପରେ ପୁଲିସ, ଅଗ୍ନିଶମ ଟିମ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.