Home କଟକ କଟକରେ ୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦଘାଟିତ

କଟକରେ ୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦଘାଟିତ

24

କଟକ : ୧୬/୮ (ଓଡ଼ିଆ ପୁଅ/ଅଭୟ ଜେନା) ଖେଳୁଆଡ଼ ମନୋଭାବ ଏବଂ ଦଳଗତ ପ୍ରଚେଷ୍ଟା ହିଁ ସଫଳତା ଆଣିପାରିବ ବୋଲି ମତବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ।

ଓଡ଼ିଶା ବାସ୍କେଟ୍ ବଲ ଆୟୋଜନରେ ଏବଂ କେଶବ ଫାଉଣ୍ଡେସନ ଓ ନବ ଜାଗରଣ ପ୍ରାୟୋଜିତ ୩୬ତମ ରାଜ୍ୟ ସ୍ତରୀୟ ଯୁବ ବାସ୍କେଟ୍ ବଲ ପ୍ରତିଯୋଗିତା କଟକ ଜାବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ଚାରିଦିନ ଧରି ଚାଲିବ। ରାଜ୍ୟର ୧୬ଟି ଜିଲ୍ଲାରୁ ୨୮ଟି ଦଳ ବାଳକ ବାଳିକାମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୪ଟି ବାଳିକା ଦଳ ଅଛନ୍ତି। କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡଃ ଭବାନୀ ଶଙ୍କର ଚୟନି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ବାସ୍କେଟ୍ ବଲ ପ୍ରଚାର ପ୍ରସାର ଉପରେ ଗୁରୁତ୍ଵ ଆରୋପ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଖେଳାଳି ମାନଙ୍କୁ ମୁଖ୍ୟତଃ ଖେଳୁଆଡ ମନୋଭାବ ଏବଂ ଦଳ ଗତ ପ୍ରଚେଷ୍ଟା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଓଡ଼ିଶାର ସେକ୍ ଫାୟାଜ୍ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଓଡ଼ିଶା ବାସ୍କେଟ୍ ବଲ ଆସୋସିଏସନର ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ ସ୍ଵାଗତ ଭାଷଣ ଦେଇ କହିଲେ ଏହି ପ୍ରତିଯୋଗିତାରୁ ଓଡ଼ିଶାରୁ ଯୁବ ଖେଳାଳୀମାନଙ୍କୁ ଚୟନ କରାଯାଇ ଓଡ଼ିଶାଦଳରୁ ପ୍ରତିନିଧିତ୍ଵ କରିବେ। ପ୍ରତିଯୋଗିତାରୁ ମନୋନୀତ ଖେଳାଳୀ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦେବାଲାଗି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସରକାରୀ ସ୍ତରରେ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଶ୍ରୀ ସାହୁ ଅନୁରୋଧ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଆଧିକାରୀ ଶ୍ରୀ ଅମ୍ବର କୁମାର କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନବ ଜାଗରଣ ର ମୁଖ୍ୟ ଶରତ ଜେନା, କେଶବ ଫାଉଣ୍ଡେସନ ର ସଭାପତି ରଶ୍ମିତା ମିଶ୍ର, ଫାଉଣ୍ଡେସନ ର ଅଧ୍ୟକ୍ଷ ଲୋପାମୁଦ୍ରା ମିଶ୍ର, ସମ୍ପାଦିକା ଗୀତାଞ୍ଜଳି ବେଉରା, ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମୀରଂଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.