Home Top News କଟକରେ କମିସନରେଟ ପୋଲିସର ଏନକାଉଣ୍ଟର :ଦୁର୍ଦାନ୍ତ ଅପରାଧୀ ରାକା ଗୁରୁତର

କଟକରେ କମିସନରେଟ ପୋଲିସର ଏନକାଉଣ୍ଟର :ଦୁର୍ଦାନ୍ତ ଅପରାଧୀ ରାକା ଗୁରୁତର

93

କଟକ, ୧୬/୧୦ (ଓଡ଼ିଆ ପୁଅ /ଅଭୟ ଜେନା )ଆଜି ସକାଳ ୬ଟା ୩୦ମିନିଟ ସମୟରେ ଜଗତସିଂହପୁର ଅଞ୍ଚଳ ର ଅପରାଧୀ ରାକେଶ ଦାସ ଓରଫ ରାକା କୁ ପୋଲିସ ଏନ୍କାଉଣ୍ଟର କରିବାରୁ ସେ ଗୁରୁତର ଆହତ ହୋଇଛି। ତା ନାଁ ରେ ଅନେକ ସଂଗୀନ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ପୂର୍ବରୁ ଘଟିଥିବା କନ୍ଦରପୁର ଥାନା ର ଏକ ମାମଲା ନେଇ ପୋଲିସ ଟିମ ୪୨ ମୌଜା କାଠଯୋଡି ନଦୀବନ୍ଧ ରାସ୍ତାରେ ରାକାକୁ ପିଛା କରିବାରୁ ସେ ଓଲଟା ଗୁଳି ଚଳାଇ ଥିଲା।

ପୋଲିସ ଏନକାଉଣ୍ଟର କରିବାରୁ ତା ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଛି।

ତା ନିକଟରୁ ଏକ ବନ୍ଧୁକ, ତିନି ରାଉଣ୍ଡ ଗୁଳି ଓ ଏକ ଆପାଚି ବାଇକ ଜବତହୋଇଛି।

ମେଡିକାଲ ରେ ତାକୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଥିବା ଡି ସି ପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.