Home ଜିଲ୍ଲା ପରିକ୍ରମା କଚ୍ଛପ ଗତିରେ ଫାଣ୍ଡି ପ୍ରତିଷ୍ଠା, ସ୍ଥାନ ପରିବର୍ତନକୁ ନେଇ ତେଜୁଛି ଅସନ୍ତୋଷ

କଚ୍ଛପ ଗତିରେ ଫାଣ୍ଡି ପ୍ରତିଷ୍ଠା, ସ୍ଥାନ ପରିବର୍ତନକୁ ନେଇ ତେଜୁଛି ଅସନ୍ତୋଷ

4

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଇଘେରଦ ଅଂଚଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇ ଆସୁଥିବା ବେଳେ ଜନଜୀବନ ଏବେ ଅସୁରକ୍ଷିତ ହୋଇପଡିଛି । ପାଖାପାଖି ଦଶବର୍ଷ ହେଲା ହୋଇ ଅସୁଥିବା ଦାବୀକୁ ନେଇ ଆର୍ତୁଂ ଠାରେ ଫାଣ୍ଡି ପ୍ରତିଷ୍ଠା ପ୍ରସ୍ତାବକୁ ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗୃହ ବିଭାଗ ଚଳଚଂଚଳ ହୋଇପଡିଛି । ଭୈାଗଳିକ ଦୃଷ୍ଟିକୋଣରୁ ସୁଦର୍ଶନପୁର,ଇରମ,ନୂଆଗାଁ,କୁମାରପୁର,ପଢୁଆଁ, ଜଗନ୍ନାଥପୁର ପଂଚାୟତର କେନ୍ଦ୍ରସ୍ଥଳ ଆର୍ତୁଂ ଠାରେ ଫାଣ୍ଡି ପ୍ରତିଷ୍ଠା କରାଯିବାକୁ ସ୍ଥାନୀୟ ଅଂଚଳବାସୀମାନେ ଦାବୀ କରିଛନ୍ତି । ନିର୍ବାଚନୀ ହିଂସା, ନକଲି ମଦ କାରଖାନା ଠାବ ପରି ଅପରାଧିକ ମାମଲା ସହିତ ଆନ୍ତଃ ରାଜ୍ୟ ଡକାୟତ ଦଳର ଗୁଳିମାଡରେ ତତ୍କାଳୀନ ଥାନାଧିକାରୀ ଅଳ୍ପକେ ବର୍ତିବା ପରି ଘଟଣା ସମଗ୍ର ରାଜ୍ୟରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଟିଥିଲା । ଫାଣ୍ଡି ପ୍ରସଙ୍ଗରେ ସାଂସଦ ଅଭିମନ୍ୟୁ ସେଠୀଙ୍କ ସହ ବ୍ୟକ୍ତିଗତ ଭାବରେ ଆଲୋଚନା କରାଯାଇଛି ବୋଲି ପୁର୍ବତନ ସରପଂଚ କୈଳାସଚନ୍ଦ୍ର ପଣ୍ଡା କୁହନ୍ତି । ଫାଣ୍ଡି ପ୍ରତିଷ୍ଠାକୁ ନେଇ ରାଜନୈତିକ ଦୃଷ୍ଟିକୋଣରୁ ସ୍ଥାନ ପରିବର୍ତନ କରାଯାଉଥିଲେ ସ୍ଥାନୀୟ ଅଂଚଳବାସୀ ଜିଲ୍ଲା ପ୍ରଶାସନର ନଜରକୁ ଆଣିବା ସହିତ ମିଳିତ ଭାବରେ ଜିଲ୍ଲାପାଳଙ୍କ ଠାରେ ଦାବୀ ଉଠାଇବେ ବୋଲି ଇରମ ପଂଚାୟତର ପୁର୍ବତନ ସରପଂଚ ପ୍ରଫୁଲ୍ଲ ବିଶ୍ୱାଳ,ପଢୁଆଁ ପଂଚାୟତର ପୁର୍ବତନ ସରପଂଚ ଦୀନବନ୍ଧୁ ଦାସ ଜଣାଇଛନ୍ତି । ଏନେଇ ବିଧାୟକ ଶ୍ରୀ ଦାସ କୁହନ୍ତି, ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଧାମନଗରର ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କୁହନ୍ତି, ପୁର୍ବତନ ସାଂସଦ ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ କୁହନ୍ତି, ଫାଣ୍ଡି ପ୍ରତିଷ୍ଠାକୁ ନେଇ ରିପୋର୍ଟ ପ୍ରସ୍ତୁତ ଚାଲିଛି, ଖୁବଶିଘ୍ର ଗୃହ ବିଭାଗକୁ ଅବଗତ କରାଯିବ । ଏଠାରେ ସୂଚନା ଦିଆଯାଇପାରେ, ସ୍ଥାନୀୟ ଅଂଚଳବାସୀଙ୍କ ଦାବୀକୁ ନେଇ ସମାଜ ରେ ଫାଣ୍ଡି ପ୍ରତିଷ୍ଠା କେବେ ଶିର୍ଷକ ଖବର ୨୦୨୩ ମସିହା ଜୁନ ମାସ ଦଶ ତାରିଖରେ ପ୍ରକାଶିତ ହୋଇଥିଲା । ତେବେ ସ୍ଥାନୀୟ ଅଂଚଳବାସୀଙ୍କ ସ୍ୱପ୍ନ କେବେ ପୁରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.