Home ଜିଲ୍ଲା ପରିକ୍ରମା କଚ୍ଛପ ଗତିରେ ଚାଲିଛି ନାରାୟଣୀ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ

କଚ୍ଛପ ଗତିରେ ଚାଲିଛି ନାରାୟଣୀ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ

18

ନୟାଗଡ଼ ୦୮/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ ରାଜୁଡା ଅମଳରୁ ରଣପୁର ପୁରୁଣାବସନ୍ତ ଠାରେ ନାରାୟଣୀ ମନ୍ଦିର ରହିଛି। ପ୍ରତିବର୍ଷ ଦଶହରା ପର୍ବ ପାଇଁ ନାରାୟଣୀ ରଣପୁର ରାଜ ଉଆସ କୁ ୧୬ ପୂଜା ସମୟରେ ଆସିଥାନ୍ତି। ସେହି ପୀଠ ରେ ବିବାହ ବ୍ରତ ସମୟରେ ବିବାହ ଆଦି କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥାଏ। କିନ୍ତୁ ଏହି ନାରାୟଣୀ ପୀଠ ଅବହେଳିତ ଭାବରେ ରହିଅଛି। ବିବାହ ବ୍ରତ ପାଇଁ କୈାଣସି ସୁବିଧା ସୁଯୋଗ ନାହିଁ। ରଣପୁର ର ପୁର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ୨୦୧୬-୧୭ ମସିହାରେ ସରକାରଙ୍କ ଉନ୍ନତି ଯୋଜନା ରେ ନାରାୟଣୀ ପୀଠ ରେ ଏକ କଲ୍ୟାଣ ମଣ୍ଡପ ନିର୍ମାନ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ।

ସେବେଠାରୁ କାର୍ଯ୍ୟ ଚାଲିଥିଲେ ମଧ୍ୟ ଅଧାପନ୍ତରିଆ ଭାବେ ପଡି ରହିଛି। ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିଶି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଅନୁଦାନ ଆସିଥିବା ୧୦ ଲକ୍ଷ ଟଙ୍କା ବ୍ୟୟ ହୋଇ ସାରିଛି। କାର୍ଯ୍ୟ ପାଇଁ ଆଉ ଅର୍ଥ ନାହିଁ। ଏବେ ୨୭ ଲକ୍ଷ ଟଙ୍କା ନାରାୟଣୀ କଲ୍ୟାଣ ମଣ୍ଡପ ପୁର୍ଣ୍ଣାଙ୍ଗ ପାଇଁ ବ୍ୟୟ ଅଟକଳ କରାଯାଇ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ନିକଟକୁ ପଠା ଯାଇଛି। ଅର୍ଥ ଆସିଲେ ପୁଣି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.