Home ଓଡ଼ିଶା କଙ୍କ୍ରିଟ୍ ରାସ୍ତା ଉପରେ ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ

କଙ୍କ୍ରିଟ୍ ରାସ୍ତା ଉପରେ ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ

151

ନୟାଗଡ/ ଓଡିଆପୁଅ (ଦେବୀପ୍ରସାଦ ଆଚାର‌୍ୟ୍ୟ)– ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ କନ୍ଧନୟାଗଡ ଗ୍ରାମପଂଚାୟତ କନ୍ଧନୟାଗଡ ର ଦେଉଳଝରି ପୋଖରୀ ଠାରୁ ମଶାଣୀ ଖେଳ ପଡିଆ ପର‌୍ୟ୍ୟନ୍ତ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନରେ ୮ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ କଙ୍କ୍ରିଟ୍ ରାସ୍ତା ନିର୍ମାଣ ହେଉଅଛି । ଯେଉଁ ରାସ୍ତା ମଝିରେ ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ ରହିଅଛି । ଯାହାଦ୍ୱାରା ଦୁର୍ଘଟଣା ଘଟି ଧନଜୀବନ ହାନି ହେବାର ଆଶଙ୍କା ପ୍ରକଟ ହେଉଛି । ଏହି କାର‌୍ୟ୍ୟ ଟି କନ୍ଧନୟାଗଡ ଗ୍ରାମପଂଚାୟତ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଙ୍କ ନାମରେ କାର‌୍ୟ୍ୟାଦେଶ ରହିଅଛି । ଏ ସଂର୍ପକେ ବିଦ୍ୟୁତ୍ ବିଭାଗ ଅଧିଖଣ୍ଡ ଅଧିକାରୀ ଅଜିତ୍ ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ରାସ୍ତା କଙ୍କ୍ରିଟ୍ ନିର୍ମାଣ କାର‌୍ୟ୍ୟ ଆରମ୍ଭ କରିବା ପୂର୍ବରୁ ବ୍ଲକ୍ କର୍ତ୍ତୁପକ୍ଷ ବିଦ୍ୟୁତ୍ ଖୁଣ୍ଟ ଅପସାରଣ ପାଇଁ ଆମ୍ଭଙ୍କୁ ଚିଠି କରିବା କଥା  ।

କିନ୍ତୁ ଆମ୍ଭଙ୍କୁ ଚିଠି କରି ନାହାଁନ୍ତି । ଏ ସଂର୍ପକେ ରଣପୁର ବ୍ଲକ୍ କନ୍ଧନୟାଗଡ ଗ୍ରାମପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଦାସ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଆମ୍ଭେ ବିଦ୍ୟୁତ୍ ଖୁଣ୍ଟ ଅପସାରଣ ପାଇଁ ବିଦ୍ୟୁତ୍ ବିଭାଗକୁ ଚିଠି କରିବା ପାଇଁ କହିଥିଲୁ । କଙ୍କ୍ରିଟ୍ ନିର୍ମାଣ କାର‌୍ୟ୍ୟ ଆରମ୍ଭ କରିବା ସମୟରେ ନିମ୍ନ ମାନର କାର‌୍ୟ୍ୟ କରିବାରୁ ଆମ୍ଭେ କାର‌୍ୟ୍ୟ କରିବାକୁ ମନା କରିଥିଲୁ । ସେମାନେ ଆମ୍ଭ ଅନୁପସ୍ଥିତି ରେ କାର‌୍ୟ୍ୟ ଚଲାଇଛନ୍ତି । ଏ ସଂର୍ପକେ ରଣପୁର ବ୍ଲକ୍ ଉପାଧକ୍ଷ ପ୍ରଶାନ୍ତ କୁମାର ନାୟକ  କୁହନ୍ତି ଉକ୍ତ କଙ୍କ୍ରିଟ୍ କାର‌୍ୟ୍ୟ ବିନା ସୂଚନା ଫଳକରେ ନିମ୍ନ ମାନର କାର‌୍ୟ୍ୟ କରାଯାଉଅଛି । ଯାହାକୁ ନେଇ ଦୁର୍ନିତି ନିବାରଣ ବିଭାଗକୁ ତଦନ୍ତ ପାଇଁ ଲେଖା ଯିବ । ଜନସାଧାରଣରେ ପ୍ରଶ୍ନ ଉଠୁଛି ରାସ୍ତା ମଝିରୁ ବିଦ୍ୟୁତ୍ ଖୁଣ୍ଟ ହଟିବ କେବେ ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.