Home ଜିଲ୍ଲା ପରିକ୍ରମା କଇଥଖୋଲା ବଜାରରେ ଥିବା ବିଦେଶୀ ମଦ ଦୋକାନ ସ୍ଥାନନ୍ତରଣ ପ୍ରସଙ୍ଗ, ତଦନ୍ତରେ ଶିଥିଳତା

କଇଥଖୋଲା ବଜାରରେ ଥିବା ବିଦେଶୀ ମଦ ଦୋକାନ ସ୍ଥାନନ୍ତରଣ ପ୍ରସଙ୍ଗ, ତଦନ୍ତରେ ଶିଥିଳତା

26

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ବଜାର ଠାରେ ଏକ ୫ଟି ବିଦ୍ୟାଳୟ ଆଗରେ ଖୋଲିଥିବା ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ସ୍ଥାନାନ୍ତରଣ କରିବାକୁ ଅଂଚଳବାସୀ ଦାବି ଜଣାଇଥିଲେ। ଏଥିପାଇଂ କଇଥଖୋଲା ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ ଏକ ବେସରକାରୀ ସଙ୍ଗଠନ (ସେସଡୋ), ଅବକାରୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀ, ଅବକାରୀ ମନ୍ତ୍ରୀ, କେନ୍ଦ୍ରାଂଚଳ ଆୟୋଗ, ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ମାତ୍ର ଖବର ପ୍ରସାରଣ ଏବଂ ଲିଖିତ ଦରଖାସ୍ତ ପ୍ରାପ୍ତ ହେବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଚିର ନିଦ୍ରାରେ। ପ୍ରାପ୍ତ ଖବରରୁ ପ୍ରକାଶ ଏହି ବିଷୟରେ ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଏହାର ତଦନ୍ତ ଦାୟିତ୍ୱ ଅବକାରୀ ଇନ୍ସପେକ୍ଟର ଖିତିଶ ଦାସ ଙ୍କ ଉପରେ ନ୍ୟସ୍ଥ କରିଦେଇଥିଲେ। ସଂପୃକ୍ତ ଅଧିକାରୀ ଜଣକ କଇଥଖୋଲାକୁ ଆସିଲେ କୌଣସି ଅଘଟଣ ଆଶଙ୍କାକୁ ଭୟ କରି ଭଦ୍ରକ ଉପରେ ରହି ତଦନ୍ତ ସାରି ଦେଇଛନ୍ତି ଏବଂ ଏହି ତଦନ୍ତ ରିପୋର୍ଟ ଆଜି ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କୁ ଦେଇ ନାହାନ୍ତି ବୋଲି ଜଣେ ବିଭାଗୀୟ ଅଧିକାରୀ ନିଜର ନାମ ପ୍ରକାଶ ନକରି ମତ ରଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ୨୦୨୧ ମସିହାରେ କଇଥଖୋଲା ବଜାର ଠାରେ ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ନୂତନ ଭାବେ ଖୋଲା ଯାଇଥିଲା।

ଏହି ମଦ ଦୋକାନଟି କଇଥଖୋଲା ବଜାର ଠାରେ ଥିବା ୩ଟି ବିଦ୍ୟାଳୟର ସମ୍ମୁଖରେ ଖୋଲା ଯାଇଥିଲା। ଏହି ମଦ ଦୋକାନ ଖୋଲାଯିବା ପରେ ୩ଟି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ସହ ମଦ୍ୟପ ମାନଙ୍କ ଦୌରାତ୍ମ୍ୟରେ କୋମଳ ବୟସର ଛାତ୍ରଛାତ୍ରୀ ମାନେ ମଦ୍ୟପ ମାନଙ୍କ ଆକ୍ରୋଶର ଶିକାର ହେବାକୁ ଲାଗିଲେ ‘ଳରେ ବହୁ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ନିଜର ପୁଅ ଝିଅ ମାନଙ୍କୁ ସେହି ବିଦ୍ୟାଳୟରୁ ଟିସି ଆଣି ଅନ୍ୟ ବିଦ୍ୟାଳୟରେ ଆଡମିଶନ ମଧ୍ୟ କରାଇବାକୁ ବାଧ୍ୟ ହେଲେ। ଦୀର୍ଘ ଦିନ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ତଦନ୍ତ ରେ ଶିଥିଳତା ଆସିଥିବାରୁ ଏବଂ ଏହାର ରିପୋର୍ଟ ସାର୍ବଜନୀନ ହୋଇ ନଥିବାରୁ ପୁନଶ୍ଚ ଏହି ମଦ ଦୋକାନ ସ୍ଥାନାନନ୍ତରଣ କରିବାକୁ ଅଂଚଳବାସୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅନ୍ୟ ପକ୍ଷରେ ଏହି ବାବଦରେ ବିଭାଗୀୟ ଇନ୍ସପେକ୍ଟର ଖିତିଶ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ସ୍ଥାନାନ୍ତରଣ ପ୍ରସଙ୍ଗକୁ ଏଡାଇ ଯିବା ସହ ନିଜର ମୋବାଇଲକୁ ସମ୍ବାଦଦାତାଙ୍କ ନମ୍ବରରୁ କଲ ନଆସିବା ପାଇଁ ବ୍ଲକକରି ଦେଇଥିଲେ। ପରେ ଅବକାରୀ ଅଧୀକ୍ଷକଙ୍କ ସହ ଯୋଗାଯୋଗ କରିବାରୁ ସେ ମଧ୍ୟ ଫୋନ ଉଠାଇ ନଥିଲେ। ଏହି ମଦ ଦୋକାନ ସ୍ଥାନାନ୍ତରଣ କରିବାକୁ ଅଂଚଳବାସୀ ଦାବି ଜଣାଇବା ସହ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ(୫ଟି ବିଦ୍ୟାଳୟ)ର ସଂପାଦକ ମଧ୍ୟ ଏହି ଦୋକାନ ସ୍ଥାନାନ୍ତରଣ ପ୍ରସଙ୍ଗକୁ ନେଇ ମଧ୍ୟ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେବେ ବୋଲି ନିଜର ପ୍ରତିକ୍ରିୟା ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.