Home ଜିଲ୍ଲା ପରିକ୍ରମା କଇଥଖୋଲା ଏବଂ ବାଂଶଡା ଜନସେବା କେନ୍ଦ୍ରରେ ସାର୍ଟିଫିକେଟ ଜାଲିଆତି, ତହସିଲଦାରଙ୍କ ଦ୍ୱାରା ଥାନାରେ ଏତଲା ଦାୟର

କଇଥଖୋଲା ଏବଂ ବାଂଶଡା ଜନସେବା କେନ୍ଦ୍ରରେ ସାର୍ଟିଫିକେଟ ଜାଲିଆତି, ତହସିଲଦାରଙ୍କ ଦ୍ୱାରା ଥାନାରେ ଏତଲା ଦାୟର

11

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ଅଂଚଳରେ ଛତୁ ଫୁଟିବା ଭଳି ଜନସେବା କେନ୍ଦ୍ର ଖୋଲା ଯାଇଛି। ଏହି କେନ୍ଦ୍ରକୁ ସୁ ପରିଚାଳନା କରିବାକୁ ରାଜ୍ୟ ସରକାର ଆଗଭର ହୋଇଥିବା ବେଳେ ଏହି ଜନସେବା କେନ୍ଦ୍ରରେ କୌଣସି ସାର୍ଟିଫିକେଟ ତହସିଲରୁ ହାସଲ କରିବା ପୂର୍ବରୁ ଜାଲିଆତି କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏହି ଜନ ସେବା କେନ୍ଦ୍ର ଗୁଡିକ କେଉଁ ପରିସ୍ଥିତିରେ ସାର୍ଟିଫିକେଟ , ଆଧାର ଗୁଡିକ ଜାଲିଆତି କରୁଛନ୍ତି ସେ ନେଇ ଚାନ୍ଦବାଲି ତହସିଲଦାର ୨ଟି ଥାନାରେ ପୃଥକ ପୃଥକ ଭାବେ ଏତଲା ଦେଇଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଧାମରା ଥାନା ଅଧିନରେ ଥିବା କଇଥଖୋଲା ଜନସେବା କେନ୍ଦ୍ର ରେ ଜଣେ ବ୍ୟକ୍ତି ନିଜର ଆଧାର ନଥିବା ବେଳେ ଅନ୍ୟ ଜଣକ ଆଧାର ନମ୍ବରକୁ ଅବିକଳ କରି ତାହାକୁ ଚାନ୍ଦବାଲି ତହସିଲ ଅଫିସରେ ଦାଖଲ କରିଥିଲେ। ସେହିପରି ବାଂଶଡା ଅଂଚଳର ଅନ୍ୟ ଜଣେ ବ୍ୟକ୍ତି ନିଜର ଜାତିଗତ ପ୍ରମାଣ ପାଇ ନଥିବା ବେଳେ ଏକ ଜନସେବା କେନ୍ଦ୍ରରୁ ଜାତିଗତ ପ୍ରମାଣ ପତ୍ର ର ଅବିକଳ ନକଲ ତିଆରୀ କରି ତାହାକୁ ଏକ ବିଦ୍ୟାଳୟରେ ଦାଖଲ କରିଥିଲେ। ସଂପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ସେହି ପ୍ରମାଣପତ୍ରକୁ ଯାଂଚ କରିବାକୁ ଚାନ୍ଦବାଲି ତହସିଲଦାରଙ୍କ ଅଫିସକୁ ପଠାଇବା ପରେ ଏହା ଡୁପ୍ଲିକେଟ ବୋଲି ଜଣା ପଡିଥିଲା। ଏ ନେଇ ଚାନ୍ଦବାଲି ତହସିଲଦାର ବାଂଶଡା ଥାନାରେ ସଂପୃକ୍ତ ବ୍ୟକ୍ତି ବିଶେଷ ଏବଂ ଜନସେବା କେନ୍ଦ୍ର ମାଲିକଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ଏନେଇ ଧାମରା ଥାନାରେ ମଧ୍ୟ କଇଥଖୋଲା ଅଂଚଳର ବ୍ୟକ୍ତି ବିଶେଷ ଏବଂ ସଂପୃକ୍ତ ଜନସେବା କେନ୍ଦ୍ର ମାଲିକଙ୍କ ନାମରେ ଅଭିଯୋଗ ଆଣିଛନ୍ତି।ତହସିଲଦାର ଭବତୋଷ ମଲିକ ନିଜର ପ୍ରତିକ୍ରିୟା ରଖି କୁହନ୍ତି ଅନ ଲାଇନରେ କୌଣସି ପ୍ରମାଣପତ୍ର ପାଇଁ ଆବେଦନ କରିବା ପରେ ସେ ସମସ୍ତ ପ୍ରମାଣପତ୍ରର ସତ୍ୟତା ଯାଂଚ ହେବା ପରେ ସଂପୃକ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ଏହା ଯୋଗାଇ ଦିଆ ଯାଇଥାଏ ମାତ୍ର କିଛି ବ୍ୟକ୍ତି ବିଶେଷ ଜନସେବା କେନ୍ଦ୍ର ମାଧ୍ୟମରେ ଏହାର ଡୁପ୍ଲିକେଟ ନିର୍ମାଣ କରୁଥିବା ବେଳେ ସେମାନଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବା ସହ ସେମାନଙ୍କର ଲାଇସେନ୍ସ ରବ୍ଦ କରାଯିବ । ବାଂଶଡା ଏବଂ ଧାମରା ଥାନାରେ ଦିଆଯାଇଥିବା ଲିଖିତ ଅଭିଯୋଗର ତଦନ୍ତ ପରେ ସଂପୃକ୍ତ ବ୍ୟକ୍ତି ବିଶେଷ ଏବଂ ଜନସେବାକେନ୍ଦ୍ର ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.