ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା କଇଥଖୋଲା ଠାରେ ମା ଖରାଖାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ଅଷ୍ଟପ୍ରହରୀ ନାମଯଞ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ୧୦୮ ସଧବା ନାରୀ ପୂର୍ଣ କଳସ ଶୋଭାଯାତ୍ରାରେ ଆଣି ପ୍ରତିଷ୍ଟା କରିବା ପରେ ଶୁଭାଧିବାସ,ମନ୍ଦିର ପ୍ରତିଷ୍ଠା, ଯଜ୍ଞ ପରେ ପୁଣ୍ୟବ୍ରହ୍ମ ଓ ଦେବୀଙ୍କର ମନ୍ଦିର ପ୍ରବେଶ ଓ ନାମଯଞ ଆଦି କାର୍ଯ୍ୟକ୍ରମ ମନୋଜ କୁମାର ରଥ ଙ୍କ ସହ ବହୁ ବ୍ରାହ୍ମଣ ମାନଙ୍କ ଉପସ୍ଥିତିରେ ବେଦପାଠ ଏବଂ ଯାଗଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ କଇଥଖୋଲା ପଂଚାୟତର ହଜାର ହଜାର ସଂଖ୍ୟାରେ ଭକ୍ତ ଭକ୍ତା ମାନେ ଯୋଗ ଦେଇ ମାତୃକୃପା ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ। ଦୀର୍ଘ ୩ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମରେ ରଂଟୁ ବେରା,ଶଙ୍କର ଦାସ, ବସନ୍ତ ମଣ୍ଡଳ,ନନ୍ଦ କିଶୋର ଦିନ୍ଦା, ବାଦଲ ସାହୁ, ବୈରୀଗଜ୍ଞନ ସାମଲ,ବିଶ୍ୱଜିତ ମହାପାତ୍ର, ବରୁଣ ଦାସ, ରବିସାମନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ କଇଥଖୋଲା ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଏହି ମନ୍ଦିର ପୂର୍ଣାଙ୍ଗ ଏବଂ ମା ଖରାଖାଇଙ୍କର ମନ୍ଦିର ପ୍ରବେଶ କାର୍ଯକ୍ରମ ଶୃଙ୍ଖଳା ମଧ୍ୟରେ ସଂପର୍ଣ ହୋଇଥିଲା।








