Home କେନ୍ଦ୍ରାପଡ଼ା କଂସାର ପଂଚାୟତର ରାମ ମନ୍ଦିର ନିକଟରେ ଥଣ୍ଡାପାନୀୟ ଜଳ ବ୍ୟବସ୍ଥା ଉଦଘାଟିତ

କଂସାର ପଂଚାୟତର ରାମ ମନ୍ଦିର ନିକଟରେ ଥଣ୍ଡାପାନୀୟ ଜଳ ବ୍ୟବସ୍ଥା ଉଦଘାଟିତ

31

କେନ୍ଦ୍ରାପଡା, ୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର ରାମ ମନ୍ଦିର ନିକଟରେ ଏକ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ଉଦଘାଟିତ ହୋଇଯାଇଛି। ପଂଚାୟତ ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି। ୮୦ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିବା ସରପଂଚ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଏହାଦ୍ୱାରା ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତମାନେ ଖରାଦିନେ ଶୁଦ୍ଧ ତଥା ଥଣ୍ଡା ପାନୀୟ ଜଳ ବ୍ୟବହାର କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.