ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ପଧାନୀ ପଂଚାୟତ କଂଟଦା ଗ୍ରାମର ଦୟାନିଧି ସେଠୀଙ୍କ ପୁଅ ବିପିନ ସେଠୀଙ୍କ (୨୮) ରବିବାର ଦିନ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ଘଟିଛି। ବିପିନ ରାଉରକେଲାର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ନିଜର ସହକର୍ମୀ ମାନଙ୍କ ସହିତ ଲହୁଣୀପଡାକୁ ଯାଉଥିବା ବେଳେ ଚାନ୍ଦିପୋଷ ନିକଟରେ ଦୁର୍ଘଟଣା ଘଟିଥିଲା। ଏଥିରେ ବିପିନ ଙ୍କ ସହିତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମୃତ ନେଇ ପ୍ରଥମେ ସାମାଜିକ ଗଣ ମାଧ୍ୟମ ରେ ଘୁରୀ ବୁଲି ଥିଲା ସେମାନଙ୍କ ପରି ଚୟ ଜଣା ପଡି ନଥିଲା ୧୧ ଘଂଟା ପରେ ସ୍ଥାନୀୟ ପୋଲିସ ଧାମନଗର ପୋଲିସ କୁ ଖବର ଦେଇଥିଲେ। ପୁଲିସ ଙ୍କ ଠାରୁ ଖବରପାଇ ବିପିନ ଙ୍କ ପରିବାର ଲୋକ ସେଠାରେ ପହଂଚିଥିଲେ। ସୋମବାର ଶବ ବ୍ୟବଚ୍ଛେଦ କରାଯିବା ପରେ ବିପିନ ଙ୍କ ପାର୍ôଥବ ଶରୀର ଧରି ପରିବାର ଲୋକେ ଗାଁ କୁ ଆସିଥିଲେ। ଏହି ଦୁଃଖଦ ଘଟଣା ପାଇଁ ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି।ବିପିନି ରାଉରକେଲା ରେ ମଜୁରିଆ ଭାବେ କାମକରି ପରିବାର କୁ ଟଙ୍କା ଦିଏ।ମାତ୍ର ଅକାଳ ରେ ରୋଜଗାରିଆ ପୁଅ ର ମୃତ କୁ ନେଇ ବାପା ମା ଓ ପରିବାର ଲୋକ ଦୁଃଖ ରେ ଭାଙ୍ଗି ପଡିଛନ୍ତି ।