ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ବାତ୍ୟା ‘ୟଶ୍’ର ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରି କମିଟି ଆଜି ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ବାସୁଦେବପୁର, ଚାନ୍ଦବାଲି, ଧାମରା ଅଞ୍ଚଳ ଗସ୍ତ କରି ବିପନ୍ନ ମାନଙ୍କୁ ଭେଟି ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କର ଅବସ୍ଥା ପଚାରି ବୁଝିଥିଲେ । ଏହି କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପଦ୍ମାକର ଗୁରୁ, ଜାନକୀ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଶମ୍ଭୁନାଥ ପାଣିଗ୍ରାହୀ, ଯୋଗେଶ ଅଗରୱାଲଙ୍କ ସମେତ ଜିଲ୍ଳା କଂଗ୍ରେସ ସଭାପତି ସୁବ୍ରତ ଦାସ, ବାସୁଦେବପୁର କଂଗ୍ରେସ ନେତା ଅଶୋକ ଦାସ, ଚାନ୍ଦବାଲି କଂଗ୍ରେସ ନେତା ଦିଗମ୍ବର ଦାସ, ମନୋଜ ବିଶ୍ୱାଳ, ବ୍ଲକ ଓ ଟାଉନ କମିଟିର ସଭାପତିଙ୍କ ସହ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ଆଶିଷ ରାଉତ, ବିଜୟ ବାରିକ, ଯୁବନେତା ହେମନ୍ତ ମହାପାତ୍ର ଯୋଗ ଦେଇଥିଲେ । ଅପରାହ୍ନରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଗସ୍ତକରି ଜାଗୁଳା ଗ୍ରାମ ପଂଚାୟତର ବଳଭଦ୍ରପ୍ରସାଦ, ଧାମରା ପୋର୍ଟ ନିକଟସ୍ଥ ଦୋସିଙ୍ଗା ଗ୍ରାମ ପଂଚାୟତର ବାଂକଚାଟି, ଓରାମ ।ଳ, ଅମର ନଗର, ବିଦ୍ୟୁତପ୍ରଭା ଗ୍ରାମ ଆଦି ଗସ୍ତକରି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ପଚାରି ବୁଝିଥିଲେ । ଜିଲ୍ଲା ଆଉ ରାଜ୍ୟ ପ୍ରଶାସନର କୌଣସି ସାହାଯ୍ୟ ଆଉ ସହଯୋଗ ବାତ୍ୟା କ୍ଷତିଗ୍ରସ୍ତ ଲୋକ ନପାଇ ବହୁ ବିପନ୍ନ ସ୍ଥିତିରେ ଥିବା ଅନୁଭବ କରିଥିଲେ । ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ପଦ୍ମପୁର ପଞ୍ଚାୟତର ସରତରପୁର, ସନାଗାଓଁପୁର, ପାଟଣା ମିଶ୍ରପୁର, ପାଟଣା ବାତ୍ୟା ଆଶ୍ରୟ ସ୍ଥଳୀ, ଲୁଙ୍ଗା ଗ୍ରାମ ପଂଚାୟତର ୭ ଆଉ ୮ ନମ୍ବର ୱାର୍ଡ ଯାହାକି ବାହ୍ୟ ଜଗତରୁ ବିଛିନ୍ନ ରହିଛି ସେ ସବୁ ଅଞ୍ଚଳକୁ ଯାଇଥିଲେ । ପରେ ବାସୁଦେବପୁର ପୌରପରିଷଦର ୧୬ ନମ୍ବର ୱାର୍ଡ ଗସ୍ତ କରିବା ସହ ଜନସାଧାରଣଙ୍କୁ ଭେଟି ଆଲୋଚନା କରିବା ବେଳେ ସରକାରଙ୍କ ତରଫରୁ ମୁଣ୍ଡପିଛା ୨୦୦ ଗ୍ରାମ ଚୂଡ଼ା ମାତ୍ର ଦିଆଯାଇଛି ବୋଲି ଲୋକେ ଅଭିଯୋଗ କରିଥିଲେ । କେବଳ ଲୁଙ୍ଗା ଗ୍ରାମ ପଂଚାୟତର ୭ ଆଉ ୮ ନମ୍ବର ୱାର୍ଡର ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ୨ ଓଳି ଭାତ ଆଉ ଡାଲମା ଦେଇ ଅର୍ଥ ନଥିବାରୁ ଆଉ ଦେବାକୁ ସକ୍ଷମ ନାହାନ୍ତି ବୋଲି କରି ଆଉ ଖାଦ୍ୟ ଦିଆ ଯାଇଜ୍ଝ ନଥିବା ଅଭିଯୋଗ ହସ୍ତଗତ ହୋଇଥିଲା ।