Home ଓଡ଼ିଶା କଂଗ୍ରେସ ପ୍ରତିନିଧି ମଣ୍ଡଳୀର ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଓ ଶିଶୁ ସୁରକ୍ଷା ଅଧିକାର ଆୟୋଗ...

କଂଗ୍ରେସ ପ୍ରତିନିଧି ମଣ୍ଡଳୀର ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଓ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷାଙ୍କୁ ସ୍ମାରକ ପତ୍ର ପ୍ରଦାନ

45

ଭୁବନେଶ୍ୱର ୧୪-୧୨ (ଓଡ଼ିଆ ପୁଅ) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଓ ରାଜ୍ୟ ମହିଳା କଂଗ୍ରେସ କମିଟି ସଭାପତି ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ପିସିସିର ଏକ ପ୍ରତିନିଧି ମଣ୍ଡଳୀ ସର୍ବଶ୍ରୀ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରାକ୍ତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ପଦ୍ମାକର ଗୁରୁ, ବରି ବିଧାୟକ ପ୍ରାର୍ଥୀ ଉମେଶ ଜେନା, ନରେଶ ମହାନ୍ତି, ସୁଦର୍ଶନ ଦାସ, କୁସୁମ ପ୍ରଧାନ, ସଂଜୀବ ମହାନ୍ତି ପ୍ରମୁଖ ସାକ୍ଷାତ କରି ରାଜ୍ୟରେ ନାବାଳିକା ମାନଙ୍କର ଅପହରଣ ସମସ୍ତ ସୀମା ଟପିଛି ବୋଲି ଦୃଷ୍ଟି ଆକର୍ଷଣ କରିଥିଲେ। ପିହୁ, ସ୍ୱାତୀ ଓ ବିଷ୍ଣୁପ୍ରିୟାର ଅପହରଣ ଓ ପରେ ଗଳାକାଟି ବିଷ୍ଣୁପ୍ରିୟାକୁ ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଗଭୀର ମର୍ମାହତ କରିଛି। ପୋଲିସ୍‌ର ମନ୍ଥର ତଦନ୍ତ ଫଳରେ ଏପରି ଘଟଣା ଘଟଉଥିବା ର‌୍ୟାକେଟକାରୀଙ୍କ ମନୋବଳ ବୃଦ୍ଧି ପାଇବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଘଟଣା। ଚାରିଆଡ଼େ ଏକ କୋକୁହା ଭୟରେ ଅଭିଭାବକ ଓ ନିଖୋଜ ଶିଶୁ ପରିବାରବର୍ଗ ଜର୍ଜରିତ। ତୁରନ୍ତ ଘଟଣାସ୍ଥଳକୁ ପରିଦର୍ଶନ କରି ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ପ୍ରତିନିଧି ମଣ୍ଡଳୀ ଦୃଢ଼ ଦାବି କରିଥିଲେ। ଏପରି ଦୁଃଖଦାୟକ, ସମ୍ବେଦିନଶୀଳ ଓ ସ୍ପର୍ଷକାତର ଘଟଣା ଦିନକୁ ଦିନ ମାତ୍ରାଧିକ ଭାବରେ ବୃଦ୍ଧିପାଇବା ରାଜ୍ୟ ସରକାରଙ୍କ ଅସଲ ଚେହେରା, ଚିତ୍ର, ଚରିତ୍ର, ଚାଲ ଓ ପାରିବାପଣିଆର ପର୍ଦ୍ଦାଫାସ କରୁଅଛି। ମୁଖ୍ୟମନ୍ତ୍ରୀ ମହାଶୟ ମୌନଭଙ୍ଗ କରି ରାଜ୍ୟର ଉପରୋକ୍ତ ଘଟଣାବଳି ଗୁଡ଼ିକର ସଠିକ୍ ତଦନ୍ତ ଅବିଳମ୍ବେ କରାଇ ଲୋକଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି ନକରି ପାରିଲେ ବାଧ୍ୟହୋଇ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ମତବ୍ୟକ୍ତ କରିଛନ୍ତି। ମାଆ, ଭଉଣୀ ଓ ଝିଅ ମାନଙ୍କର ସହନଶକ୍ତିକୁ ରାଜ୍ୟ ସରକାର ପରୀକ୍ଷା ନକରି ତ୍ୱରିତ ନ୍ୟାୟ ଦେବାକୁ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ ଦୃଢ଼ ଦାବି କରିଛନ୍ତି। ଉପରୋକ୍ତ ଘଟଣାକୁ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିବାକୁ ଆଜି ଅନୁମତି ମଗାଯାଇଥିଲେ ବି ଡିଜି ମହାଶୟ କଂଗ୍ରେସ ପ୍ରତିନିଧି ମଣ୍ଡଳୀଙ୍କୁ ସମୟ ନ ଦେବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ପରିଡ଼ା ମତବ୍ୟକ୍ତ କରିଥିଲେ। ଯେପର୍ଯ୍ୟନ୍ତ ତମାମ ପ୍ରସଙ୍ଗରେ ନିଖୋଜ ଶିଶୁ ପରିବାର ବର୍ଗଙ୍କୁ ନ୍ୟାୟ ନମିଳିଛି କଂଗ୍ରେସ ଦଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନିରନ୍ତର ଧାରଣା, ପ୍ରତିବାଦ, ଆନ୍ଦୋଳନ ଓ ବିକ୍ଷୋଭ ଜାରି ରଖିବ ବୋଲି କଂଗ୍ରେସ ନେତା ପଦ୍ମାକର ଗୁରୁ ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ସମସ୍ତ ଘଟଣାକୁ ନେଇ ରାଜ୍ୟ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ଦଳର ଅନ୍ୟତମ ପ୍ରବକ୍ତା ସୁଦର୍ଶନ ଦାସ କହିଥିଲେ। ସମସ୍ତ ଘଟଣାର ସବିଶେଷ ବିବରଣୀ ଶୁଣିଲାପରେ ତଦନୁଯାୟି କାର୍ଯ୍ୟକ୍ରମ ଯଦି ନହୁଏ ରାଜ୍ୟରେ ଏକ ଭୟାବହ ପରିସ୍ଥିତି ସୃଷ୍ଟିର ଆଶଙ୍କାକୁ ଏଡ଼ାଇ ଦିଆନଯାଇପାରେ ବୋଲି କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଅଧ୍ୟକ୍ଷା ଓ ଅଧ୍ୟକ୍ଷଙ୍କୁ ଅବଗତ କରିଥିଲେ। ପ୍ରକାଶ ଥାଉକି ତମାମ ପ୍ରସଙ୍ଗରେ କଂଗ୍ରେସ ଦଳ ନିଖୋଜ ଶିଶୁମାନଙ୍କର ପରିବାରବର୍ଗଙ୍କୁ ସାକ୍ଷାତ କରି ସେମାନଙ୍କୁ ନ୍ୟାୟ ଦେବାକୁ ଆପ୍ରାଣ ଉଦ୍ୟମ ଜାରି ରଖିବ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.