Home ଜିଲ୍ଲା ପରିକ୍ରମା କଂଗ୍ରେସ କର୍ମୀଙ୍କୁ ଶାସକ ଦଳ କର୍ମୀଙ୍କ ଆକ୍ରମଣ ଅଭିଯୋଗ , ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୁକ୍ତଙ୍କ...

କଂଗ୍ରେସ କର୍ମୀଙ୍କୁ ଶାସକ ଦଳ କର୍ମୀଙ୍କ ଆକ୍ରମଣ ଅଭିଯୋଗ , ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୁକ୍ତଙ୍କ ଗିରଫ ଦାବି

29

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଏକ ମେଡିକାଲ କଲେଜ ସ୍ଥାପନକୁ ନେଇ କରାଯାଇଥିବା ଭଦ୍ରକ ବନ୍ଦର ଅଭୂତପୂର୍ବ ସଫଳତାରେ ଉତ୍‌କ୍ଷିପ୍ତ ହୋଇ ଆଜି କିଛି ବିଜେଡି ସମର୍ଥକ ଯୁବକ କଂଗ୍ରେସ ଯୁବକର୍ମୀ ହେମନ୍ତ ମହାପାତ୍ରଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ କରିଛନ୍ତି । ଏ ନେଇ ଶ୍ରୀ ମହାପାତ୍ର ଆଜି ଭଦ୍ରକ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣା ଯାଇଛି ଯେ ଆଜି ଦିନ ପ୍ରାୟ ୧୨ଟା ସମୟରେ ଶ୍ରୀ ମହାପାତ୍ର ବାଇପାସ୍ ଛକ ନିକଟରେ ଏକ ଜୁଏଲାର୍ସ ଦୋକାନ ଆଗରେ ଛିଡା ହୋଇଥିବା ବେଳେ ଭଦ୍ରକ ଅପର୍ତ୍ତିବିନ୍ଧା ଗ୍ରାମର ଦେବୁ ବିଶ୍ୱାଳ, ମୀରସାହି ଗ୍ରାମର ସେକ୍ ଇବା, ହଫି, ରିଙ୍କୁ ଖାଁ, ଚରମ୍ପା ଅଞ୍ଚଳର ଟୁଟୁ ଶତପଥୀ ମିଶି ଶ୍ରୀ ମହାପାତ୍ରଙ୍କୁ ବିଭିନ୍ନ ପ୍ରକାର ଧମକ ଦେବା ସହ ଗତକାଲି କାହିଁକି ବନ୍ଦ ସମୟରେ ଏମ୍‌ଏଲ୍‌ଏଙ୍କ ପୁତ୍ତଳା ଦାହ କଲ ବୋଲି ପଚାରିବା ସହ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଏଥିରେ ଶ୍ରୀ ମହାପାତ୍ରଙ୍କ ନାକ ଫାଟି ଯିବା ସହ ସେ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ପ୍ର୍‌ଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଘୋର ନିନ୍ଦା କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରକାଶ କରିଛନ୍ତି । ଗଣତନ୍ତ୍ର ରାଷ୍ଟ୍ରରେ ବିରୋଧ କରିବା ଗଣତାନ୍ତ୍ରିକ ଅଧିକାର ହୋଇଥିବା ବେଳେ ଏହି ଅଧିକାର ସାବ୍ୟସ୍ତ କରି ସମୂହ ଦାବୀକୁ ଉପସ୍ଥପାନ କରିବା ସମୟରେ କ୍ଷମତାରେ ଥାଇ ଶାସକ ଦଳର ସମର୍ଥକମାନେ ଏପରି ଅଶୋଭନୀୟ ଆଚରଣ କରିବାକୁ କଂଗ୍ରେସ କେବେ ସହ୍ୟ କରିବ ନାହିଁ । ଏଥିଲାଗି ଆବଶ୍ୟକ ହେଲେ ପୁଣି ଏକ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସମ୍ମିଳନୀରେ ଉପସ୍ଥିତ ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି ଚେତାବନୀ ଦେଇଛନ୍ତି । ଏହି ଘଟଣାର ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରା ନଗଲେ କଂଗ୍ରେସ ପକ୍ଷରୁ ଥାନା ଘେରାଓ କରାଯିବ ବୋଲି ସମ୍ମିଳନୀରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.