Home Top News କଂଗ୍ରେସର ସାଂଗଠନିକ ନିର୍ବାଚନ ପକ୍ରିୟା ଆରମ୍ଭ : ମାର୍ଚ୍ଚ ପ୍ରଥମ ସପ୍ତାହରେ ନିଯୁକ୍ତି ପାଇବେ ବ୍ଲକ...

କଂଗ୍ରେସର ସାଂଗଠନିକ ନିର୍ବାଚନ ପକ୍ରିୟା ଆରମ୍ଭ : ମାର୍ଚ୍ଚ ପ୍ରଥମ ସପ୍ତାହରେ ନିଯୁକ୍ତି ପାଇବେ ବ୍ଲକ ଓ ଜିଲ୍ଳା ରିଟର୍ଣ୍ଣିଂ ଅଫିସର

42

ଭୁବନେଶ୍ୱର – ୫-୨ (ଓଡ଼ିଆ ପୁଅ) – ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ ଓ ଜଣେ ମହିଳା) ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରାଯାଇ କଂଗ୍ରେସର ବୁଥସ୍ତରରୁ ସଭ୍ୟସଂଗ୍ରହ କରି ସଂଗଠନକୁ ମଜବୁତ କରାଯିବ। ଏହି ପକ୍ରିୟାରେ ସଭ୍ୟ ସଂଗ୍ରହକାରୀ ମାନେ ପ୍ରତି ବୁଥରେ ଶତାଧିକ ସଭ୍ୟସଂଗ୍ରହ କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାବୁ କହିଲେ ଯେ କଂଗ୍ରେସର ଆଭ୍ୟନ୍ତରୀଣ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଟିର ଅଧ୍ୟକ୍ଷଭାବେ ପୂର୍ବତନ ସାଂସଦ ଶ୍ରୀ ମଧୁସୂଦନ ମିସ୍ତ୍ରିଙ୍କୁ ଦଳପକ୍ଷରୁ ନିଯୁକ୍ତି ଦିଆଯାଇଛି। ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଜ ଡାଙ୍ଗି ଓଡ଼ିଶା ପ୍ରଦେଶର ପ୍ରଦେଶ ରିଟରର୍ଣ୍ଣି ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ଡାଙ୍ଗି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ଓ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ବ୍ଲକ ପାଇଁ ବ୍ଲକ ରିଟର୍ଣ୍ଣିଂ ଅଫିସର ଓ ଜିଲ୍ଲାପାଇଁ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯିବ। କଂଗ୍ରେସ ତରଫରୁ ସଭ୍ୟସଂଗ୍ରହ କ୍ଷେତ୍ରରେ ଡିଜିଟାଲ ମାଧ୍ୟମକୁ ଉପଯୋଗ କରିବାର ଥିଲା। କିନ୍ତୁ ରାଜ୍ୟର ସମସ୍ତ ଅଂଚଳରେ ଇଂଟରନେଟ ସୁବିଧା ଉପଲବ୍ଧ ନାହିଁ। ତେଣୁ ଉଭୟ ଡିଜିଟାଲ ଓ ଅଫଲାଇନ ବ୍ୟବସ୍ଥା ମାଧ୍ୟମରେ ସଭ୍ୟ ସଂଗ୍ରହ କରାଯିବ। ପୁନଶ୍ଚ ଶ୍ରୀ ବାବୁ ଚଳିତ ପଂଚାୟତ ନିର୍ବାଚନ ସଂପର୍କରେ କହିଲେ ଯେ ରାଜ୍ୟରେ ଥିବା ବିଜେଡ଼ି ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ବିରୋଧରେ ବ୍ୟାପକ ଜନଅସନ୍ତୋଷ ଓ ଆକ୍ରୋଷ ସୃଷ୍ଟି ହୋଇଛି। ଲୋକେ ଉଭୟଙ୍କୁ ପ୍ରତ୍ୟାଖାନ କରି କଂଗ୍ରେସ ଦଳକୁ ସମର୍ଥନ କରିବେ ଓ ପଂଚାୟତ ନିର୍ବାଚନରେ ତା’ର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପିସିସି ସାଧାରଣ ସଂପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାସ ସରସ୍ୱତୀ ପୂଜା ଅବସରରେ ଦଳତରଫରୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରି ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.