Home ଜିଲ୍ଲା ପରିକ୍ରମା ଓ ଏଫ୍ ଏସ ପରୀକ୍ଷାରେ ସତ୍ୟଶିବମ୍‌ଙ୍କ ସଫଳତା

ଓ ଏଫ୍ ଏସ ପରୀକ୍ଷାରେ ସତ୍ୟଶିବମ୍‌ଙ୍କ ସଫଳତା

35

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ଗ୍ରାମର ସତ୍ୟଶିବମ ମହାନ୍ତି ଓପିଏସ୍‌ସି ପରିଚାଳିତ ଓଏଫ୍‌ଏସ ପରୀକ୍ଷାରେ ୬୮ ର‌୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ବନ୍ତ ଗ୍ରାମର ଶିକ୍ଷାବିତ୍ କେଦାର ମହାନ୍ତି ଓ ଲୋଚନ ମହାନ୍ତିଙ୍କ ସାନପୁଅ ଅଟନ୍ତି ସତ୍ୟଶିବମ । +୨ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିଳକଣ୍ଠ ନଗର ବ୍ରହ୍ମପୁରରେ ସେ ଶିକ୍ଷାଲାଭ କରିଥିବା ବେଳେ କୃଷି ମହାବିଦ୍ୟାଳୟରେ ଓ ୟୁଏଟି ଭୁବନେଶ୍ୱର ରେ ସେ ଶିକ୍ଷାଲାଭ କରିଛନ୍ତି । ଏହି ସଫଳତାର ଶ୍ରେୟ ସେ ପରିବାରର ପିତା ମାତା ଓ ଶିକ୍ଷାଗୁରୁଙ୍କୁ ଦେଇଥିବା ବେଳେ ନିଜ ପଦ ମର୍ଯ୍ୟାଦାର ଗାରିମା ବୃଦ୍ଧି କରିବେ ବୋଲି କହିଛନ୍ତି । ତାଙ୍କୁ ସାଙ୍ଗସାଥୀ ଓ ପ୍ରିୟଜନ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶଥାଉକି ସତ୍ୟଶିବମ ମ୍ୟାଟ୍ରିକ୍ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇ ଅଚଂଳ ପାଇଁ ଗୌରବ ବୃଦ୍ଧି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.