Home ଜିଲ୍ଲା ପରିକ୍ରମା ଓଡ଼ିଶା ସେଲ୍‌ସ୍ ରିପ୍ରେଜେଣ୍ଟେଟିଭ୍ ୟୁନିୟନ ଭଦ୍ରକ ଶାଖାର ବିକ୍ଷୋଭ ଶୋଭାଯାତ୍ରା

ଓଡ଼ିଶା ସେଲ୍‌ସ୍ ରିପ୍ରେଜେଣ୍ଟେଟିଭ୍ ୟୁନିୟନ ଭଦ୍ରକ ଶାଖାର ବିକ୍ଷୋଭ ଶୋଭାଯାତ୍ରା

42

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସେଲ୍‌ସ ରିପ୍ରେଜେଣ୍ଟେଟିଭ୍ ୟୁନିୟନ (ଓଶ୍ରୁ), ଭଦ୍ରକ ଶାଖା ତରଫରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ହୋଟେଲ ପାନ୍ଥିକା ଠାରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ଚାନ୍ଦବାଲି ବାଇପାସ୍‌, ଗୋଶାଳା ଛକ, ମେଡିକାଲ ଛକ ହୋଇ ବନ୍ତ ଛକରେ ପହଞ୍ଚିଥିଲା। ଏହି ଅବସରରେ ୟୁନିୟନର ବିଭିନ୍ନ ଦାବି ସମ୍ପର୍କରେ ସ୍ଳୋଗାନ ଦିଆଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ଉତ୍ପାଦନ ଖର୍ଚ୍ଚ ଅନୁଯାୟୀ ଔଷଧର ମୂଲ୍ୟ ନିର୍ଦ୍ଧାରଣ କରିବା, ବନ୍ଦ ହୋଇଯାଇଥିବା ସରକାରୀ ପ୍ରତିଷ୍ଠାନକୁ ପୁନଃ ଚାଲୁ କରିବା, ଅନ୍‌ଲାଇନ୍‌ରେ ଔଷଧ ବିକ୍ରିକୁ ବନ୍ଦ କରିବା, ଔଷଧକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ ନକରିବା, ଜିଡ଼ିପି ୫ ପ୍ରତିଶତ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରିବା ଏବଂ ଔଷଧର ଆକାଶଛୁଆଁ ମୂଲ୍ୟ ବନ୍ଦ କରିବା, ରିପ୍ରେଜେଣ୍ଟେଟିଭ୍ ମାନଙ୍କ ମାସିକ ଦରମା ସର୍ବନିମ୍ନ ୨୬ ହଜାର କରିବା, ଏସ୍‌ପିଇ ଆକ୍ଟକୁ ଉଚ୍ଛେଦ ନକରିବା ଭଳି ଦାବି ଉପସ୍ଥାପନ କରାଯାଇଥିଲା। ଏହି ବିକ୍ଷୋଭରେ ୟୁନିୟନ୍‌ର ରାଜ୍ୟ ଯୁଗ୍ମ ସମ୍ପାଦକ ଭାଷ୍କର ମିଶ୍ର, ଅରୁଣ ମିଶ୍ର, ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କ ସମେତ ଭଦ୍ରକ ଶାଖା ସଭାପତି ଦେବକାନ୍ତ ରାଉତ, ସମ୍ପାଦକ ରବୀନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ସାହୁ, ବସନ୍ତ ନାୟକ ଏବଂ ୟୁନିୟନର ସମସ୍ତ କର୍ମକର୍ତ୍ତା, ସଦସ୍ୟମାନେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.