Home ଜିଲ୍ଲା ପରିକ୍ରମା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶାତ୍ମବୋଧ କବିତା ପାଠ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶାତ୍ମବୋଧ କବିତା ପାଠ

81

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭାରତ ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶାର ୧୨୫ଟି ସ୍ଥାନରେ ଦେଶାତ୍ମବୋଧକ କବିତା ପାଠର ଏକ ଅଭିନବ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତ ଜଣାଇବା ପରେ ଏହି କାର୍ଯ୍ୟକ୍ରମ ଭଦ୍ରକ ସଂସ୍କୃତି ଭବନରେ ଡ.ଶଶଧର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଅଜୟ ନାୟକ ମୁଖ୍ୟ ଅତିଥି, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିରକା ସମ୍ମାନିତ ବକ୍ତା, କବି ବିଜୟ ବହଳୀ ଆୟୋଜକ ଅତିଥି ଏବଂ ସଂଜୋଯକ ଭାବେ କବି ଶରତ ନାୟକ ଯୋଗଦାନ କରିଥିଲେ। ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ବାରିକ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସାଇ କଳ୍ପିତା ବେଦପାଠ, ଡ.ମମତା ସାହୁ ଅତିଥି ପରିଚୟ, ଶିକ୍ଷୟତ୍ରୀ ସରୋଜିନୀ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କବି ଶରତ ନାୟକଙ୍କ ସଂଯୋଜନାରେ ଆମନ୍ତ୍ରିତ କୋଡ଼ିଏ ଜଣ କବି ସର୍ବଶ୍ରୀ ଅକ୍ଷୟ ଯେନା, ଡ.ଶଶଧର ଦାଶ, ଡ.ଅବନୀ ପ୍ରଧାନ, ପ୍ରମୋଦ ରାୟ, ଡା କିରଣ ଗୁଇଁ, ବସନ୍ତ କୁମାର ପାତ୍ର, ହରମୋହନ କୁଅଁର, ଶ୍ରୀକାନ୍ତ ଯେନା, କୈଳାସ ଦାସ, ଗୌତମ ମହାରଣା, ବିଜୟ ଯେନା, ମୁକ୍ତିକାନ୍ତ ମଲ୍ଲିକ, ରମେଶ ସ୍ୱାଇଁ, ନାଟ୍ୟଶ୍ରୀ ନିର୍ମଳ ରାଉତ, ରବି ନାରାୟଣ ଖିଲାର, ଡ.ହରିହର ନାୟକ, ରତିକାନ୍ତ ବେହେରା, ମନୋଜ ପଣ୍ଡା, ôôଋତୁରାଜ ଅକ୍ଷୟ, ଅରୂପାନନ୍ଦ ନାୟକ କବିତା ପାଠ କରିଥିବାବେଳେ ଏକାଡେମୀ ସଦସ୍ୟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଓ ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ବହଳୀ ଏହାକୁ ସଂଚାଳନ କରିଥିଲେ। ଡ.ରାଧାରାଣୀ ମହାପାତ୍ର, ଡ.ପ୍ରଭାତ ନଳିନୀ ମହାପାତ୍ର, ଭାନୁମତୀ ମାଟିଆ, ଦମୟନ୍ତୀ ନାଥ, ରମେଶ ଦାସ, ବାବୁଲାଲ ଦାସ ପ୍ରମୁଖ ଅମୃତ ମହୋତ୍ସବ ସଂପକରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବନ୍ଦେ ଉତ୍କଳ ଜନନୀ ଏବଂ ବନ୍ଦେ ମାତରମ୍ ସଂଗୀତ ଗୁରୁ ସୁରେନ୍ଦ୍ର ଗାହାଣ ଓ ସାଥି କଳାକାରମାନେ ପରିବେଷଣ କରିଥିଲେ। ରମାକାନ୍ତ ନାଥ, ହରମୋହନ ଜେନା, ଅଶୋକ କୁମାର ନାୟକ, ଶମ୍ଭୁନାଥ ପାଣିଗ୍ରାହୀ, ବୈଲୋଚନ ବେହୁରିଆ, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।ଏକାଡେମୀର ଏହି କାର୍ଯ୍ୟକ୍ରମ ସାହିତ୍ୟିକମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା।ଶେଷରେ ବିଜୟ ବହଳୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.