ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଦେହୁଡ଼ି ଆନନ୍ଦପୁର ସ୍ଥିତ ଶଖିଦେବୀ ହାଇସ୍କୁଲ ପରିସରରେ ଆଜି ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ୬୩ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଅତିଥିଭାବରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଜେଡ଼ି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଯୁବ ଜିଲ୍ଳା ସଭାପତି ମୁକୁନ୍ଦଦେବ ସାମଲ, ସମିତିସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ହରେକୃଷ୍ଣ ପାଢୀ, ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ଶରତଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତଭୁଷଣ ଦଳାଇ, ଉମେଶଚନ୍ଦ୍ର ମହାନ୍ତି, ସୁଶାନ୍ତ କୁାମର ରାଉତ, ଶରତଚନ୍ଦ୍ର ମାଝୀ, ଧିରେନ୍ଦ୍ର ଆନ୍ଦିଆ, ସୁଶାନ୍ତ କୁମାର ନାୟକ, ପ୍ରତାପ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।







