Home Top News ଓଡ଼ିଶା ମନ୍ତ୍ରୀମଣ୍ଡଳର ପୁନର୍ଗଠନ : ଆଜି ଶପଥ ଗ୍ରହଣ

ଓଡ଼ିଶା ମନ୍ତ୍ରୀମଣ୍ଡଳର ପୁନର୍ଗଠନ : ଆଜି ଶପଥ ଗ୍ରହଣ

52

ଭୁବନେଶ୍ୱର ୫-୬ (ଓଡ଼ିଆ ପୁଅ) ୨୦୨୪ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ କ୍ୟାବିନେଟ ମନ୍ତ୍ରୀ ଶନିବାର ଦିନ ଇସ୍ତଫା ଦେଇଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୧.୪୫ ସମୟରେ ନୂତନ କ୍ୟାବିନେଟ୍ ଶପଥ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଆଜି ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଏକାଥରକେ ନିଜ ନିଜ କାର୍ଯ୍ୟାଳୟରୁ ଇସ୍ତଫା ଦେଇଛନ୍ତି।

ଏତଦ୍ ବ୍ୟତୀତ, ୨୩ ଟି ଭିନ୍ନ ଭିନ୍ନ ବିଭାଗ/କର୍ପୋରେସନ୍/ବୋର୍ଡର ସମସ୍ତ ପରାମର୍ଶଦାତା, ଅଧ୍ୟକ୍ଷ ଇତ୍ୟାଦିଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଆଜିଠାରୁ ସେମାନେ ଆଉ ନିଜ ନିଜ ପଦରେ ରହିପାରିବେ ନାହିଁ। ତେବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ଏହିସବୁ ପଦରେ ପୁଣିଥରେ ଦଳୀୟ ନେତାଙ୍କୁ ଥଇଥାନ କରାଯିବ ବୋଲି ଜଣାପଡିଛି।

ତେବେ ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳର ତାଲିକା ପ୍ରକାଶ ପାଇଛି। ୬ଜଣଙ୍କୁ ପ୍ରଥମଥରପାଇଁ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ସେମାନେ ହେଲେ ରୋହିତ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ରିତା ସାହୁ ଏବଂ ପ୍ରୀତିରଞ୍ଜନ ଘଡ଼େଇ।

ଅପର ପକ୍ଷରେ ନବ ଦାସ, ସମୀର ଦାଶ, ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପୁନଃ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି।

ସେହିପରି, ପୂର୍ବରୁ ମନ୍ତ୍ରୀଭାବେ କାର୍ଯ୍ୟକରିଥିବା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ପ୍ରଦୀପ ଅମାତ ଏବଂ ଉଷା ଦେବୀଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି। ବିଷମକଟକ ବିଧାୟକ ଜଗନ୍ନାଥ ସାରକାଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ସୂଚନାମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.