ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରାହ୍ମଣ ସମାଜରେ ସ୍ୱାର୍ଥ, ସଂସ୍କାର ଲକ୍ଷରେ ବିଗତ ୨୭ବର୍ଷଧରି ସକ୍ରିୟ ବ୍ରାହ୍ମଣ ମହାସଂଘ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ବିହାର ଠାରେ ସଦାନନ୍ଦ ଦୀକ୍ଷିତ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସ୍ୱାଗତ ନୃତ୍ୟ ଓ ବେଦବିଦ୍ୟାର୍ଥୀଙ୍କ ଦ୍ୱାରା ବୈଧିକ ମଙ୍ଗଳା ଚରଣ ପରେ ଭଦ୍ରକ ଜିଲ୍ଲା ସଭାପତି କାଶୀନାଥ ପଣ୍ଡା ସ୍ୱାଗତ କରିଥିଲେ ଏବଂ ପୂଜ୍ୟ କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଭଦ୍ରକ ଜିଲ୍ଲା ସଂପାଦକ ବସନ୍ତ କୁମାର ଦୀକ୍ଷିତ୍ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। କନ୍ଧମାଳ, ରାୟଗଡ଼ା, ବାଲେଶ୍ୱର, କଟକ, ଦେବଗଡ଼, କୋରାପୁଟ, ପୁରୀ, ବୌଧ, କେନ୍ଦ୍ରାପଡ଼ା, ଜଗତ୍ସିଂପୁର ଓ କେନ୍ଦୁଝର ଜିଲ୍ଲା ସଭାପତି ନିଜ ଜିଲ୍ଲାର ସାଂଗଠନିକ ବିବରଣୀ ଉପସ୍ଥାପନା କରିଥିଲେ। ବାଲେଶ୍ୱର ଜିଲ୍ଲା ସଂପାଦକ ଗୌର ଚନ୍ଦ୍ର ଦାଶ, କଟକ ଜିଲ୍ଲା ସଭାପତି ପ୍ରମୋଦ କୁମାର ମିଶ୍ର, ରାୟଗଡ଼ା ଜିଲ୍ଲା ସଭାପତି ମଦନ ମୋହନ ପାଢ଼ୀ, ପୂର୍ବାଞ୍ଚଳ ଉପ ସଭାପତି ସୁବାଷ ଚନ୍ଦ୍ର ଶତପଥି, କେନ୍ଦ୍ରାଞ୍ଚଳ ଉପ ସଭାପତି ଅଶୋକ ମିଶ୍ର, ଉତ୍ତରାଞ୍ଚଳ ଉପସଭାପତି ପଣ୍ଡିତ କୃର୍ଷ୍ଣଚନ୍ଦ୍ର ପତ୍ରି, ପଶ୍ଚିମାଞ୍ଚଳ ଉପସଭାପତି ଆଡ଼୍ଭୋକେଟ୍ ବାଣେଶ୍ୱର ଦାଶ, ଦକ୍ଷୀଣାଞ୍ଚଳ ଉପସଭାପତି ରଂଜନ କୁମାର ରଥ, ଯୁବ ବାହୀନିର ରାଜ୍ୟ ସଭାପତି ଜଗଦାନନ୍ଦ ତ୍ରିପାଠୀ, ଭଦ୍ରକ ଶାଖା କାର୍ଯ୍ୟକାରୀ ତ୍ରିଲୋଚନ ପଣ୍ଡା, ଉପ ସଭାପତି ପ୍ରତାପ ପାଢ଼ୀ, କୋଶାଧ୍ୟକ୍ଷ ରାଧାକାନ୍ତ ଦିକ୍ଷୀତ୍, ବରିଷ୍ଠ ସଦସ୍ୟ ଡ଼ା ଭାଗବତ ତ୍ରିପାଠୀ, ପଦ୍ମନାଭ ପାଢ଼ୀ, ନରହରୀ ଦାସ ପ୍ରମୁଖ ବିଭିନ୍ନ ପ୍ରସ୍ଥାବ ଆଗତ କରିଥିଲେ। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବ୍ରାହ୍ମଣ କଲ୍ୟାଣ ନିବାସ ପ୍ରତିଷ୍ଠା, ଭୁବନେଶ୍ୱରରେ, ବିରାଟ ବ୍ରାହ୍ମଣ ସମାବେଶ, ପର୍ଶୁରାମ ଜୟନ୍ତି ପାଳନ, ଗରିବ ବ୍ରାହ୍ମଣ ପିଲା ମାନଙ୍କୁ ଛାତ୍ରବୃତି ପ୍ରଦାନ, ପୁରୀ ବ୍ରାହ୍ମଣ ଧର୍ମଶାଳା ପ୍ରତିଷ୍ଠା ପ୍ରଭୃତି ପ୍ରସ୍ଥାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ରାଜ୍ୟ କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର ପଣ୍ଡା, ବ୍ରାହ୍ମଣ ମହାସଂଘକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ରାଜ୍ୟ ଯୁଗ୍ମ ସଂପାଦକ ଗୋପବନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।