Home ଜିଲ୍ଲା ପରିକ୍ରମା ଓଡ଼ିଶା ଡାଇସିସ୍ ଜମି ପଡ଼ିଆରେ ଚାରାରୋପଣ : ‘ମନୁଷ୍ୟର ପ୍ରଥମ ଓ ଶେଷ ବନ୍ଧୁ ହେଉଛି...

ଓଡ଼ିଶା ଡାଇସିସ୍ ଜମି ପଡ଼ିଆରେ ଚାରାରୋପଣ : ‘ମନୁଷ୍ୟର ପ୍ରଥମ ଓ ଶେଷ ବନ୍ଧୁ ହେଉଛି ବୃକ୍ଷ’

142

ରାଉରକେଲା ୨୨-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ନର୍ଥ- ୱେଷ୍ଟର୍ଣ୍ଣ ଜି.ଇ.ଏଲ ଚର୍ଚ୍ଚ ଓଡ଼ିଶା ଡାଇସିସ ପକ୍ଷରୁ ଏକ ମହତ ଉଦ୍ଦେଶ୍ୟ ନେଇ ଜନହିତର କଲ୍ୟାଣ ନିମନ୍ତେ ରାଜଗାଙ୍ଗପୁର ଅନ୍ତର୍ଗତ ଡୁଡକା ବାହାଲ ଗ୍ରାମର ଜାତ୍ରାଟୋଲି ଜମି ପଡ଼ିଆରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଚର୍ଚ୍ଚର ବରିଷ୍ଠ ପୁରୋହିତ ରେଭ୍ ଗାମ୍ ଲିଏଲ୍ ବାଖ୍ ଲା(ଡିନ୍ ) ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସେ ଏହି ଅବସରରେ ତାଙ୍କ ବକ୍ତବ୍ୟରେ କହିଲେଯେ, ବୃକ୍ଷ ହିଁ ଜୀବନ ଅଟେ। ମନୁଷ୍ୟର ପ୍ରଥମ ଓ ଶେଷ ବନ୍ଧୁ ଭାବେ ବୃକ୍ଷକୁ ବିବେଚନା କରାଯାଏ। ବୃକ୍ଷରୋପଣ ଦ୍ୱାରା ପରିବେଶ ସନ୍ତୁଳନ ଠିକ ରହିବା ପରିବେଶ ପ୍ରଦୂଷଣରୁ ରକ୍ଷା ମିଳି ପାରିଥାଏ। ଅନ୍ୟାନ ଅତିଥି ମାନଙ୍କ ମଧ୍ୟରେ ରେଭ ଅନୁପମ ବିବେକ ଲାକ୍ରା, ରେଭ ବିଜୟ କୁଜୁର, ରେଭ ଚାଜରାସ ଟପ୍ପୋଙ୍କ ସମେତ ଚର୍ଚ୍ଚର ପୁରୋହିତ ମାନେ ଯୋଗ ଦେଇଥିଲେ। ସମିତିର ଅଧ୍ୟକ୍ଷ ସତୀଶ ଟପ୍ପୋ, ସମ୍ପାଦକ ଜୁଏଲ କୁଜୁର, କୋଷାଧ୍ୟକ୍ଷ ବିନୋଦ ଏକ୍କାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରଂଜ, ନିମ୍ବ, ଜାମୁ, ବଉଳ, ସାଗୁଆନ ଚାରା ଆଦି ରୋପଣ କରାଯାଇଥିଲା। ଚାରାରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ସମିତିର ବରିଷ୍ଠ ଅଧିକାରୀ ବିଜ୍ ବେଲ ଏକ୍କା, ଅମ୍ରିତ ଏକ୍କା, ପ୍ରଚାରକ ଜେମସ କୁଜୁର, ମହିଳା ସଂଘ, ଯୁବ ସଂଘର ଅଧିକାରୀ ମାନେ ଉପସ୍ଥିତ ରହି ଏଭଳି ମହତ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ। ଓଡ଼ିଶା ଡାଇସିସ ଅନ୍ତର୍ଗତ ପେରିସର ବୟସ୍କ ବ୍ୟକ୍ତି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ପ୍ରତ୍ୟେକ ଗୋଟିଏ ଲେଖାଏଁ ଚାରାରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.